କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କୁ ମିଳିଲା ପ୍ରତିଶୃତି

ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।ଏହି ସମୟରେ ଆଶାକର୍ମୀ ମୋଟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିବା ସେ ଜାଣିବାକୁ […]

‘ଦାନା’ ପାଇଁ ଶନିବାର-ରବିବାର ସରକାରୀ ଛୁଟି ବାତିଲ ହେଲା

ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ଗତିବିଧି ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଭାଗୀୟ […]

ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱରରେ ଆସନ୍ତାକାଲି ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ। ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ […]

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି ପାରି ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ ବନ୍ଦ । ୨୬,୨୭,୨୮ ତାରିଖ ପର‌୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ । […]

୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୬ ଓ ୨୭ ତାରିଖ ଦୁଇ ଦିନ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ମୁଖ୍ୟାଳୟ ନ ଛାଡିବାକୁ ଅଧିକାରୀଙ୍କୁ ବିଭାଗର ନିର୍ଦ୍ଦେଶ ରହିଛି । ଆବଶ୍ୟକ ଅନୁସାରେ ଡ୍ୟୁଟି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ପୁଣି MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଭିନ୍ନ ହଷ୍ଟେଲର ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ନ୍ୟାସନାଲ ମେଡିକାଲ କାଉନ୍ସିଲ ନିକଟରେ ଅଭିଭାବକଙ୍କ ଅଭିଯୋଗ । ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟର ମାନେ ସେଠାର ରାଗିଂ କରିଥିବା ଅଭିଯୋଗ […]

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହଁମୁହିଁ, ଜଣେ ମାଓବାଦୀ ନିହତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ ମୁହିଁ ହୋଇଥିଲେ। ଏହା ପରେ ମାଓବାଦୀ ମାନେ ସୁରକ୍ଷା କର୍ମୀ ଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟ ରେ ଜଣେ ମାଓବାଦୀ ନିହତ ସହ ଘଟଣା […]

କିଏ ସେ ଶିବାନୀ….ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ବାତ୍ୟା ଦାନାର କରାଳ ରୂପକୁ ଦେଖି ସମସ୍ତେ ଭୟଭୀତ ଥିଲେ। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ। ଅନେକ ଜିଲ୍ଲାରେ ହୋଇଛି କ୍ଷୟକ୍ଷତି। ବାତ୍ୟାକୁ ଦେଖି ସମସ୍ତେ ନିଜ ପରିବାର ସହ ସୁରକ୍ଷିତ ରହିବାକୁ ଉଚିତ ମଣିଥିଲେ। କିନ୍ତୁ ବାତ୍ୟା ସମୟରେ ଘରୁ ବାହାରକୁ ବାହାରିଥିଲେ ଜଣେ ଆଶାକର୍ମୀ। ଆଉ ବିପଦ ବେଳର ସାଥୀ ସାଜି ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ସେ ହେଲେ କେନ୍ଦ୍ରାପଡା ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ। ପବନ, […]

ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି ।

ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ ପଡ଼ିନାହିଁ । ଏଣୁ ପର୍ଯ୍ୟଟକମାନଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛି। କୋଣାର୍କ ସୂର୍ଯ୍ୟମନ୍ଦିରକୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ଓ ସମୁଦ୍ର କୂଳ […]

୭ ଦିନ ଭିତରେ ଦିଆଯିବ ସହାୟତା

ବାତ୍ୟାପରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ଏହା ମୋ ପାଇଁ ନିଆରା ଅନୁଭୂତି। ସମସ୍ତଙ୍କ ସହ ବୈଠକ କରିଛି। ଚେହେରା ଚାପ ମୁକ୍ତ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ। ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ […]

ବେଆଇନ ୫ମହଲା କୋଠା ଭାଙ୍ଗିବାକୁ ପୌର ପରିଷଦର ନୋଟିସ

ରାୟଗଡ଼ା- ରାୟଗଡ଼ା ତହସିଲ ଅନ୍ତର୍ଗତ ସଦର ମହକୁମା ସ୍ଥିତ ଖାତା ନଂ ୫୦/୮୧୨୭ ଅନ୍ତର୍ଗତ ପ୍ଲଟ ନଂ୧୨୬/୧/୯୮୦/୭୧୬୩ରେ ରେସିଡେନ୍ସିଆଲ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ବେଳେ ସେଠାରେ ବେଆଇନ ଭାବେ ୫ମହଲା ବିଶିଷ୍ଟ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ ନେଇ ଗତ ୧୫ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୌର ପରିଷଦ । ଗୁରୁବାର ସନ୍ଧ୍ୟାରେ ପୌର ପରିଷଦ ପକ୍ଷରୁ କର୍ମଚାରୀ ଚନ୍ଦ୍ରଶେଖର ରଥ ଓ ଅନ୍ୟମାନେ ଆସି ଉକ୍ତ […]

ଟ୍ରାଫିକ ଜାମରେ ଫସିଲେ ଲୋକେ, ଗାଡି ରଖି ଦେଇ ଘରକୁ ଚାଲିଚାଲି ଗଲେ ଜଣେ ବ୍ୟକ୍ତି

ଅନୁକୂଳ ଜଳବାୟୁ ଏବଂ ସୁହାଇବା ଭଳି ରହଣୀକୁ ନେଇ ଅନେକ ସୁନାମ ଅର୍ଜନ କରିଥିବା ସିଲିକନ ସିଟି ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟାକୁ ନେଇ ବି ଦୁର୍ମାମ ମୁଣ୍ଡାଇଛି। ଏହି ଦୁର୍ନାମ ଏବେ ଚରମ ହେବାକୁ ବସିଲାଣି। ସହରରେ ଟ୍ରାଫିକ୍ ସମସ୍ୟା ଏପରି ଅତିଷ୍ଟ କରିଛି ଯେ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ମଝି ରାସ୍ତାରେ ଗାଡି ରଖିଦେଇ ଚାଲିଚାଲି ଘରକୁ ଯାଇଛନ୍ତି ଲୋକ । ଯାହାର […]