ଅଙ୍ଗ ଚୋରି ଅଭିଯୋଗରେ ମଶାଣୀରୁ କବର ଖୋଳିଲା ପୁଲିସ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଦେଖିବାକୁ ମିଳିଛି।କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଗାଁର ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ଗ୍ରାମବାସୀ ଶବକୁ ଆଣି ଗାଁ ମଶାଣିରେ କବର ଦେଇଥିଲେ l ଅଭିଯୋଗ ଅନୁଯାୟୀ, ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ […]
ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ତେବେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍ରେ ଅଟଳ ରହିଲେ ଅଣପଞ୍ଜିକୃତ ହବିଷ୍ୟାଳି । ଶେଷରେ ହାର ମାନିଲା ପ୍ରଶାସନ । ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରୟାସ ଆରମ୍ଭ ହେଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ […]
ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ । ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଥିଲେ । ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପରେ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ନେଇ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହା ସହ ଆଗାମୀ ଦିନରେ ଜିଲ୍ଲାରୁ […]
କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍ ଭୁଶୁଡି ପଡିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ […]
‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁଯାୟୀ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାଶନ କାର୍ଡ ପାଇଁ E-KYC ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡିବ। […]
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ।ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ […]
ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ । ଟ୍ରେନ୍ରୁ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି।ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଦୁର୍ଘଟଣାରେ ମା […]
ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି(ଏନଟିଏ) ପକ୍ଷରୁ ଗୁରୁବାର ୟୁଜିସି ନେଟ୍ ୨୦୨୪ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜେଏଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରେଫସର ଏବଂ ପିଏଚଡି ପାଇଁ ମୋଟ୍ ୧୧ଲକ୍ଷ ୨୧ହଜାର ୨୨୫ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ପରୀକ୍ଷାଫଳ ସହିତ ବିଷୟ ଭିତ୍ତିକ କଟଅଫ ମାର୍କ ମଧ୍ୟ ପ୍ରକାଶ କରାଯାଇଛି। ୟୁଜିସି ନେଟ-୨୦୨୪ ପରୀଫାଳ ଅଫିସିଆଲ ୱେବସାଇଟ ugcnet.nta.ac.inରେ ଦେଖିପାରିବେ ଏବଂ ସ୍କୋରକାର୍ଡ ଡାଉନଲୋଡ କରିପାରିବେ। ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟମ୍ବର […]
ରାପୃଷ୍ଠରେ ଅବତରଣ ପରେ ଧୁମଧାମରେ ହେଲା ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ ।ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ ଦେଖିବାକୁ ମିଳିଛି ।ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ […]
ଅକ୍ଟୋବର ମାସ ଆସିଲେ, ସାଧାରଣ ମନରେ ବାତ୍ୟା ଭୟ ସଂଚାର ହୁଏ। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ। ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର […]
ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଅଭିଯୋଗର ଶୁଣାଣି କରିବେ ।ପଞ୍ଜୀକୃତ ହୋଇଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ। ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ କାଗଜପତ୍ର […]
ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍ଙ୍କର ବଦଳି ହୋଇଛି। ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି। ତେବେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ […]
