ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର। ଆଜିଠାରୁ ନୂତନ ଗ୍ୟାସ ଦର ୧୭୬୨ ଟଙ୍କା ଲାଗୁ।ବିଶ୍ୱ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଦ୍ୱାରା ପ୍ରଭାବିତ ହୋଇ ଏଲପିଜି ମୂଲ୍ୟ ନିୟମିତ ଭାବରେ ସଂଶୋଧନ କରାଯାଏ। ବାଣିଜ୍ୟିକ ଏଲପିଜି […]
ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରୁ ଆସିଛି ଏପରି ଦୁଃଖଦ ଖବର । ସୂଚନାମୁତାବକ ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ […]
ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ […]
ଆଜିକୁ ଠିକ୍ ୮୯ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ଏକ ମାସିକ ବୈଠକ ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିନ୍ମୟ ମିଶନ ପକ୍ଷରୁ ନିକଟରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସଫଳତା ସହିତ ଶେଷ ହୋଇଥିବାରୁ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହା ପରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା […]
‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଉପରେ ଜଣେ ମହିଳା ତାଙ୍କୁ ବହୁ ବର୍ଷ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି।ବିବାହର ପ୍ରଲୋଭନ ଦେଖାଇ ୩ ଥର ଗର୍ଭପାତ କରାଇଥିଲେ । ଯାହାକୁ ନେଇ ଯୁବତୀ ମାନସିକ ଏବଂ ଶାରୀରିକ ପୀଡ଼ାରେ […]
ରାଜ୍ୟରେ ଟାଇଁଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲି ଠାରୁ ପାଣିପାଗ ବଦଳିବ। ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି।ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଆଜି ଘଡ଼ଘଡ଼ି ବର୍ଷା ପାଇଁ କୋରାପୁଟ, ମାଲକାନଗିରି,ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଅଛି |୪ ତାରିଖରେ […]
ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜଧାନୀ ସାମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି ।’ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ […]
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୫୪ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଏସଜେଟିଏ ଏ ନେଇ […]
୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଛତିଶଗଡ଼ରେ ପୁଣି ଏନ୍କାଉଣ୍ଟର । ଛତିଶଗଡ଼ ବିଜାପୁର ଓ ଦାନ୍ତେଓ୍ୱାଡ଼ା ସୀମାନ୍ତରେ ପୁଣି ଥରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି l ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ l ଇସଲାମ […]
