ଟ୍ରମ୍ପଙ୍କ ହର୍ମୁଜ୍ ଦଖଲ ଜବାବରେ ଇରାନ ଜବାବ : ତୁଚ୍ଛା ଧମକକୁ ଆମର ଭୟ ନାହିଁ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଇରାନକୁ ପରାସ୍ତ କରିବା ପରେ ସେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଭାବେ ଘୋଷଣା କରିବେ। ତାଙ୍କର ଏହି ମନ୍ତବ୍ୟ ଆନ୍ତର୍ଜାତୀୟ ଭୂରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି।ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦି ସୋସିଆଲ ମିଡିଆରେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ସର୍ବଦା ଇରାନର ଥିଲା ଏବଂ ସର୍ବଦା ରହିବ। ସେ ସ୍ପଷ୍ଟ କରିଛନ୍ତି ଯେ ଏହାକୁ କୌଣସି ନିର୍ବାଚନୀ ଭାଷଣ କିମ୍ବା ବିମାନ ବାହକ ଜାହାଜ ଦ୍ବାରାରେ ଦଖଲ କରାଯାଇପାରିବ ନାହିଁ।ଯେପର୍ଯ୍ୟନ୍ତ ଆମେରିକା ଇରାନର ସର୍ତ୍ତଗୁଡ଼ିକୁ ସ୍ୱୀକାର ନକରିଛି ଏବଂ ନିଜର ପରାଜୟକୁ ସ୍ୱୀକାର ନକରିଛି, ସେପର୍ଯ୍ୟନ୍ତ ଇରାନ ଏହି ପ୍ରଣାଳୀ ଉପରେ ଲଗାଯାଇ ଥିବା ଅବରୋଧକୁ ଜାରି ରଖିବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ଏବଂ ହୋର୍ମୁଜକୁ ପୁନର୍ବାର ଖୋଲିବା ନେଇ ଆଲୋଚନା ସ୍ଥଗିତ ରହିଥିବା ସମୟରେ ନିଜର ଏହି ବିବୃତ୍ତି ଆସିଛି।ହର୍ମୁଜ୍ ପ୍ରଣାଳୀକୁ ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ବିଶ୍ୱ ତୈଳ ଏବଂ ଏଲଏନଜି ଯୋଗାଣର ପ୍ରାୟ ୨୦ ପ୍ରତିଶତ ଏହି ସଂକୀର୍ଣ୍ଣ ଚ୍ୟାନେଲ ଦେଇ ପରିବହନ ହୋଇଥାଏ। ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଶ୍ୱ ଶକ୍ତି ବଜାର ଏବଂ ତୈଳ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଉଛି। ବଢୁଥିବା ଉତ୍ତେଜନାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାରରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।

ଅଧିକ ପଢନ୍ତୁ