ରେଳ ସୁରକ୍ଷାରେ ନୂଆ ପଦକ୍ଷେପ :ଆରପିଏଫ୍ ଡଗ୍ ସ୍କ୍ୱାଡ୍ ଦେହରେ ଲାଗିଲା ଗୋ-ପ୍ରୋ କ୍ୟାମେରା

ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ଇନଭେଷ୍ଟିଗେସନ୍ ଏବଂ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଡଗ୍ ସ୍କ୍ବାଡ୍ ପ୍ରସ୍ତୁତ ।ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲାଗିଲା ବଡ଼ି କ୍ୟାମେରା । ରେଳବାଇ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଥିବା ଆର.ପି.ଏଫ କୁକୁର ବ୍ୟବାହର କରିବେ ବଡି କ୍ୟାମେରା । ରେଲୱେ ପ୍ଳାଟଫର୍ମର ବିଭିନ୍ନ ଅପହଞ୍ଚ ଓ ଅନ୍ଧାରିଆ ଜାଗା ମଧ୍ୟରେ ଯାଞ୍ଚ କରିବାରେ ସହାୟତା ହେବ ଏହି ଗୋ ପ୍ରୋ କ୍ୟାମେରା । ପ୍ରଥମ କରି ଖୋର୍ଦ୍ଧା ଡିଭିଜନ ପାଇଁ ୫ଟି ତାଲିମ ପ୍ରାପ୍ତ କୁକୁରଙ୍କ ଦେହରେ ଏହି ହାଇ ରିଜ୍ୟୁଲେସନ କ୍ୟାମେରା ଲଗା ଯାଇଥିବା ବେଳେ ଆଗକୁ ସବୁ ଡିଭିଜନରେ ବ୍ୟବହାର କରାଯିବ । ମୋବାଇଲରେ କ୍ୟାମେରାକୁ ଅପରେଟ୍ କରିହେବ । କଣ୍ଟ୍ରୋଲ୍ ସେଣ୍ଟରରେ ବସି ମନିଟର କରିହେବ ।ରେଳବାଇର ଏଭଳି ସୁରକ୍ଷା ବ୍ୟବସ୍ଥା ଯାଞ୍ଚକୁ ଆହୁରି ବ୍ୟାପକ କରିଛି । କଣ୍ଟ୍ରୋଲ୍ ସେଣ୍ଟରରୁ ନିରୀକ୍ଷଣ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ଏବଂ ଅପରାଧୀଙ୍କୁ ଧରିବାରେ ଏହି ଡଗ୍ ସ୍କ୍ୱାଡ୍ ଗୁଡ଼ିକ ଅତ୍ୟନ୍ତ ଫଳପ୍ରଦ ହେଉଛନ୍ତି। ବର୍ତ୍ତମାନ ୧୭ଟି ଡଗ୍ ସ୍କ୍ୱାଡ୍ ଥିବାବେଳେ ଆଗକୁ ଆହୁରି ୧୮ଟି ନୂଆ ଡଗ୍ ସ୍କ୍ୱାଡ୍ ଆସିବେ। ସୁରକ୍ଷା ସବୁଠାରୁ ଆଗରେ, ସେଥିପାଇଁ ଆମ ପାଖରେ ୧୭ଟି ଡଗ୍ ସ୍କ୍ୱାଡ୍ ଅଛନ୍ତି ଏବଂ ଏଗୁଡ଼ିକୁ ରାତ୍ରୀକାଳୀନ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି ।

ଅଧିକ ପଢନ୍ତୁ