ରାୟଗଡ଼ – ରାୟଗଡ଼ ସହର ର ବିଶିଷ୍ଟ ବ୍ୟବସାୟୀ ରଘୁ ସାମନ୍ତରାୟଙ୍କ ପିତା ନୀଳାଦ୍ରି ସାମନ୍ତରାୟଙ୍କ ବିୟୋଗ।ସ୍ଵର୍ଗତ ନୀଳାଦ୍ରି ସାମନ୍ତରାୟ ଗତ କିଛି ମାସ ତଳେ ଶରୀର ଅସୁସ୍ଥତା କାରଣରୁ ଭିସାଖାପାଟଣା ଏଵଂ ବେଙ୍ଗଲୁର ରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରେ ପରିବାର ବର୍ଗଙ୍କ ଦ୍ଵାରା ବେଶ୍ ସୂଚାରୁ ରୁପେ ସ୍ବାସ୍ଥ୍ୟସେବା ଅତି ଯତ୍ନର ସହିତ କରାଯାଉଥିଲା। ଶୁକ୍ରବାର ଦିନ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ସେ ବିଶ୍ରାମ ନେଉଥିବା ସମୟରେ ହିଁ ତାଙ୍କ ପ୍ରାଣବାୟୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଶାରଦୀୟ ଦୁର୍ଗାପୂଜା ଅବସରରେ ଭଜନ ‘ମା’ଲୋ ସିଂହ ବାହିନୀ’ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ,ନୟାଗଡ଼ ଠାରେ ଲୋକାର୍ପିତ ଲୋକାର୍ପିତ ହୋଇଯାଇଛି। ‘ଶ୍ରୀ ସୃଜନ’ ସଂଗୀତାନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଏହି ଭଜନଟି ସଙ୍ଗୀତକାର କାଦମ୍ବିନୀ ମହାପାତ୍ର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ଜୟଶ୍ରୀ ଦେବୀ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦିକା ଜୟଶ୍ରୀ ଦେବୀଙ୍କ ସମେତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ,ଶେଖ୍ ଅବଦୁଲ୍ ଖାଲିକ୍,ଅଶୋକ […]
ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା।ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ବିଜୟା ଦଶମୀରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ। ହଜାର ହଜାର ଭକ୍ତ ରତ୍ନସିଂହାସନରେ ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା […]
ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ହୋଇଥିବା ବେଳେ ଉଦ୍ଧାର ଦୁଇ ଯୁବକ ସୁକାନ୍ତ ଜେନା ଓ ସୁଧୀର ମଲ୍ଲିକ ବୋଲି ମେରାଇନ ଥାନା ଅଧିକାରୀ ସୂଚନା […]
ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର କଟକ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। କଟକର ଅଲିଶା ବଜାର ପୂଜା କମିଟି ପକ୍ଷରୁ କରାଯାଉଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା । ଏହି ପୂଜା ମଣ୍ଡପରେ ବହୁ ପୁରାତନ ଦୂର୍ଗାପୂଜା ପରମ୍ପରା । ୨୦୦୦ ମସିହାରେ କଟକ ସହରର ତୃତୀୟ ସମ୍ପୂର୍ଣ ଚାନ୍ଦି ମେଢ ନିର୍ମାଣ କରିଥିଲା ଅଲିଶାବଜାର ପୂଜା କମିଟି । ଏହି […]
ଆଜି କଟକରେ ଗୋଟି ଗୋଟି କରି ୩୪ଟି ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ମଣ୍ଡପ ଗୁଡିକରେ ସାଜସଜ୍ଜା, ତାରକସି କାମ ଓ ମୃଣ୍ମୟୀ ମୂର୍ତ୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ, ଭାଇଚାରାର ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।।ସେ କହିଛନ୍ତି ମୁଁ ପ୍ରାୟ ୪୦ଟି ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲି । ଏମିତି ପୂଜା ପୁରା ବିଶ୍ବରେ […]
ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଟକ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରୁ ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ । ବାବାଙ୍କ କାରକୁ ମଧ୍ଯ ଜବତ କରାଯାଇଛି । ଚଢ଼ାଉ ସମୟରେ ବାବାଙ୍କ କାରରୁ କିଛି ଆପତ୍ତି ଜନକ ସାମଗ୍ରୀ ସହ ଯୁବତୀଙ୍କ ସହିତ କିଛି ଅନ୍ତରଙ୍ଗ ଫଟୋ ଓ ଜିନସ ପ୍ୟାଣ୍ଟ ମିଳିଛି ।ମିଳିଥିବା ସୂଚନା ମୁତାବକ, ଗତ […]
ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ ଆଳୁ ପିଆଜ ଦର ଖାଉଟିଙ୍କୁ ହନ୍ତସନ୍ତ କରିଛି । ତେବେ ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଏଭଳି […]
ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ପଠାଯିବ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍ କଲ୍ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍ ଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। […]
ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ ଫୁଡ ସେଫ୍ଟି କମିଶନଙ୍କ ଯାଞ୍ଚ ଚାଲିଛି। ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ ହୋଇଛି। ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ ଚାଲିଛି। ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ଟିମ୍ ନଷ୍ଟ କରିଛି।ଜଣେ ବିଏମସି ଅଧିକାରୀ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ କ୍ରମେ […]
+୨ ତୃତୀୟ ନାମଲେଖା ନେଇ ସାମ୍ସ ୱେବ୍ସାଇଟ୍ରେ ୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ନଭେମ୍ବର ୧ରେ ମେଧା ତାଲିକା ପ୍ରକାଶ ପାଇବ ।ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ।ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ସାଢ଼େ ୪ଟାରେ ଚୂଡ଼ାନ୍ତ ୱେଟିଂ ତାଲିକା ପ୍ରକାଶ […]
ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟ ମାନେ ଦୁର୍ଗା ପୂଜାକୁ ନିଆରା ଢଙ୍ଗରେ ପୁଜନ୍ତି | ସହରର ସବୁ ପୂଜା ମଣ୍ଡପରେ, ମାଁଙ୍କ ମୃଣ୍ମୟୀ ପ୍ରତିମା ଏବଂ ଆକର୍ଷଣୀୟ ମେଢ଼ ଦେଖିବାକୁ ମିଳୁଥିବା ବେଳେ, ଏଠାରେ ରାଜଯୋଗର ନିଆରା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସୁସଜ୍ଜିତ ଦୁର୍ଗାମେଢ ରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା କିମ୍ବା ଚିତ୍ରକଳା ନଥିଲା ।ବିଦ୍ୟାଳୟର ଭାଇ-ଭଉଣୀ ମାନେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଏବଂ ମହିଷାସୁର ବେଶରେ […]
