ଏନକାଉଣ୍ଟରରେ ୨ ମହିଳାଙ୍କ ସମେତ ୧୨ ମାଓବାଦୀ ନିହତ

ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ ମହିଳା ମାଓବାଦୀ ମଧ୍ୟ ଅଛନ୍ତି |ଘଟଣାସ୍ଥଳରୁ ବିପୁଳ ପରିମାଣର ମାରାଣାସ୍ତ୍ର, ଆଇଡି ଓ ଗୋଟେ SLR ବନ୍ଧୁକ ଜବତ କରାଯାଇଛି। ଓଡ଼ିଶା-ଛତିଶଗଡ଼ ପୋଲିସର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ଓଡ଼ିଶାର SOG ଓ ଛତିଶଗଡ଼ E-30 ଫୋର୍ସ […]

ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ଲେଖିଇପାରିବେ ନାମ

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମଲେଖାଇବା ନିୟମକୁ ଦେଇ କୁ ସଂଶୋଧିତ କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ […]

ଲୁଟିନେଲେ ଦେଢ କୋଟିର ସୁନା ଅଳଙ୍କାର । ନଗଦ ୨ ଲକ୍ଷ ଟଙ୍କା ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବସୁନ୍ଧରା ବରପାଲିରେ ଘଟିଛି ବଡ ଧରଣର ଲୁଟ । ନିଖିଲ ଅଗ୍ରୱାଲଙ୍କ ଘରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ସହ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ନିଖିଲ ଓ ତାଙ୍କ ପରିବାର ଲୋକଙ୍କୁ ଘରେ ଭିତରେ ବାନ୍ଧି ଦେଇଥିଲେ ଲୁଟେରା । ଏହା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ନିଖିଲ ଭୟରେ ଆଲମିରା ଚାବି ଦେଇଥିଲେ । ଲୁଟେରାମାନେ ଟଙ୍କା […]

ନୟାଗଡ଼-ଓଡ଼ଗାଁ ରାସ୍ତା ମରଣ ଯନ୍ତା, ଲୋକଙ୍କ ରାସ୍ତାରୋକ

ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସହରରୁ ଓଡ଼ଗାଁକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘ ଦୁଇ ବର୍ଷ ହେବ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ଦିନରୁ ଏହି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଲୋକେ ନାହିଁ ନଥ‌ିବା ଦୁର୍ଦ୍ଦଶା ଭୋଗୁଥ‌ିବା ବେଳେ ପୂର୍ତ୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଯାହାକୁ ନେଇ ଆଜି ଉତ୍ୟକ୍ତ ଲୋକେ ୨୧ନଂ ରାଜ୍ୟ ରାଜପଥକୁ ଅବରୋଧ […]

ଇ-କେଓ୍ବାଇସି ବେଳେ ଧରାପଡିଲା ସତ, ବଡ଼ବଡ଼ିଆଙ୍କ ପାଖରେ ରାସନ କାର୍ଡ

ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ତୁରନ୍ତ କାର୍ଡ ନ ଫେରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମନ୍ତ୍ରୀ […]

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ।

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସର୍ଜନ ଡନସନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସନା । ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ଜଗଦଳପୁର ଡ଼ୁମାଭଟା ଗାଁର ବୋଲି ପୋଲିସ କହିଛି ।ତେବେ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ଅସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଏହି ମାମଲାରେ […]

ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ।

କଟକ ଏସସିବିରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଖବର ଅନୁଯାୟୀ, , ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନି ଜଣ ଏସସିବି କାଜୁଆଲିଟ ଆସିଥିଲେ । କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିଲେ। ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା, କିନ୍ତୁ ସେମାନେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳି ଗୁଲଜ […]

୨୪ରୁ ପ୍ରଧାନମନ୍ତୀ ଆବାସ ସର୍ଭେ ଆରମ୍ଭ

୨୪ ରୁ ଆରମ୍ଭ ହେବ ପିଏମ ସର୍ଭେ ଏନେଇ ସୂଚନା ଦେଇଛନ୍ତି ପଂଚାୟତରାଜମନ୍ତ୍ରୀ ରବି ନାୟକ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ ୨୪ ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର | ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ହିତାଧିକାରୀ ଆବେଦନ କରିପାରିବେ। ଦେଢ଼ମାସରୁ ୨ ମାସ ଆବାସ ସର୍ଭେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି। ଓଡ଼ିଶାକୁ ଅଧିକ ମିଳିବା ଆଶା […]

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଦୁସ୍ଥ ଅସହାୟ, ନିରlଶ୍ରୟ, ଅବହେଳିତ, ବୃଦ୍ଧବୃଦ୍ଧାଙ୍କ  ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନେ ସଙ୍କଳ୍ପ ନେଇଛନ୍ତି। ବାଉଁଶିଆପଡା ପଞ୍ଚାୟତନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ନବମବାର୍ଷିକ ସାଧାରଣ ଅଧିବେଶନରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନାରେ […]

୮ମାସର ଗର୍ଭବତୀ ଖୁଡି ସହ ନିନ୍ଦନୀୟ କାଣ୍ଡ କଲା ପୁତୁରା

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୮ମାସର ଗର୍ଭବତୀ ଖୁଡିକୁ ସମ୍ପର୍କୀୟ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିକୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ବାରମ୍ବାର ଲାତ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ […]

ଜୀନତ୍‌ ପ୍ରେମରେ ପଡ଼ିଲା ଝାଡ଼ଖଣ୍ଡୀ ମହାବଳ

ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ ଲାଗିଛି।ଜୀନତ୍‌ର ପଦଚିହ୍ନ, ମଳ ପଡ଼ିଥିବା ରାସ୍ତାରେ ସେ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଡ଼ା, ବନ୍ଦୱାନ, ରାଇକା ପାହାଡ଼, ଗଙ୍ଗାମାନ୍ନା ଜଙ୍ଗଲ, ଝାଡ଼ଖଣ୍ଡର ଗୋବରଘୁସି ହୋଇ ଏବେ ଜାମଢ଼ି ଜଙ୍ଗଲରେ ଘୂରି ବୁଲୁଛି। ଏହି ଅଞ୍ଚଳରେ ୩ଟି ଗାଈ ଓ ଦୁଇଟି ଛେଳି […]

୪ ଦିନ କଲବଲ କରିବ ଘନ କୁହୁଡି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ […]