ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍‌। 

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ […]

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା,ଫେବୃୟାରୀରୁ ନୂଆ ଦର

ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି […]

ଲୁଣ ଭାବି ଖାଇଦେଲେ ପଟାସ ସାର । ୫ ଗୁରୁତର ନାବାଳକ ଡାକ୍ତରଖାନାରେ ଭର୍ତ୍ତି ।

ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ସାରୁଆଳି ଗାଁର ଜଣଙ୍କ ବଗିଚାରେ ନାବାଳକମାନେ ଖେଳୁଥିବା ବେଳେ କାନ୍ଧିଆ ଖାଇଥିଲେ । କାନ୍ଧିଆରେ ଲୁଣ ଲଗାଇଖାଇବାକୁ ଯାଉ ପଟାସ ସାରକୁ ଖାଇଦେଇଥିଲେ। କିଛି ସମୟ ପରେ ଖେଳୁଥିବା ବେଳେ ନାବାଳକ ମାନେ ପ୍ରବଳ ବାନ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର […]

ସୋମବାରଠୁ ଚିଲିକାରେ ଡଲଫିନ୍ ଗଣନା

ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ । ବାଲୁଗାଁ-ବଡ଼କୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ଏବଂ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସୋମବାର ସକାଳ ୬ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯିବ । ଆଜି ଅର୍ଥାତ ୨୦, ୨୧, ୨୨ ଅର୍ଥାତ ୩ ଦିନ […]

ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ

ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଥିବାରୁ ଜିଓଲୋଜିକାଲି ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଡ୍ରୋନ୍‌ ଜରିଆରେ ଖୋଜା ଅଭିଯାନ ଆରମ୍ଭ ହୋଇଛି। ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି। ଏଆଇ କହିବ କେଉଁଠି ଅଛି କେଉଁ ଖଣି । ଡ୍ରୋନ୍ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା। ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ […]

ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼”

ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ ସୃଜନାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ମାଗୁଣିର ଶଗଡ଼”।  ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସମ୍ପାଦକ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା  ନିରୁପମା […]

ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ବାର୍ଷିକ ବୈଠକ ସହ ଅବସରକାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମାରୋହ ଉତ୍ସବ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର କଲ୍ୟାଣୀ ମଣ୍ଡପ ଠାରେ ନୂଆଗାଁ ବ୍ଲକ୍ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ବୈଠକ ସହ ଅବସରକାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅବସର ଗ୍ରହଣ କରିଥିବା ଶିକ୍ଷକ ଶିଶିର କୁମାର ବାରିକ , ପଞ୍ଚାନନ ଦୁଆରୀ, ନବ କିଶୋର ବେହେରା,ପ୍ରମୋଦ ନାହାକ , ଲକ୍ଷ୍ମଣ କୁମାର ସାହୁଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ନୂତନ […]

ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ”

ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ  ବିଧାୟକ ଡ ଅରୁଣ କୁମାର ସାହୁ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ […]

ନୂଆଗାଁ ବ୍ଲକ୍ ରେ ନବୋଦୟ ପରୀକ୍ଷା ଦେଲେ ୨୩୬ ଜଣ ଛାତ୍ର ଛାତ୍ରୀ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଦୁଇଟି ପରୀକ୍ଷା କେନ୍ଦ୍ର ରେ ୨୩୬ ଜଣ ଛାତ୍ର ଛାତ୍ରୀ ନବୋଦୟ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୪୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୧୧୭ ଜଣ ପରୀକ୍ଷା ଦେଇଥିଲେ।୨୭ ଜଣ ଅନୁପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଥିବା ବେଳେ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ […]

ଭଦ୍ରକ ଜିଲ୍ଲା ବନ୍ତ ଥାନାରେ ଆତ୍ମହତ୍ୟା ଉଦ୍ୟମ କଲେ ଗୁଜୁରାଟ ମହିଳା

ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହରେ ଠକିଗଲା ପରେ ମହିଳା ଜଣଙ୍କ ଅନୋନପାୟ ହୋଇ ଫିନାଇଲ ପିଇଥିବା ଜଣାପଡିଛି।ସୂଚନା ଅନୁଯାୟୀ, ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି । ନିରଲଙ୍କ ଅଭିଯୋଗ ଅନୁସାରେ, ନିରଲଙ୍କର ଏକ ଆଇଟି […]

ପୁଣି ବିମାନବନ୍ଦରରୁ ପ୍ରାୟ ୭ କୋଟି ଟଙ୍କା ମାରିଜୁଆନ ଜବତ

ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକସୂଚନା ଅନୁସାରେ ଯାତ୍ରୀ ଜଣଙ୍କ ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡ଼ିଲେ ଅଭିଯୁକ୍ତ। ତେବେ ଏହି ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍। ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର […]

ଭୁବନେଶ୍ୱର ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା

ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ଘଟି ଯାଇଛି ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି […]