ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲିବେ ଭୁବନେଶ୍ୱର ଓ କଟକର ବିଭିନ୍ନ ପୂଜା ମଣ୍ଡପ । ବୁଧବାର ଏନେଇ ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ ।ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ମହାଷ୍ଟମୀରେ ଦିନ ୧୧ ଟାରୁ […]
କେନ୍ଦ୍ର ପରେ ରାଜ୍ୟ ସରକାର ବି ବଢାଇଲେ ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରିବେ […]
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଜିରାଉତ ସେତୁରୁ ବ୍ରାହ୍ମଣୀ ନଦୀରୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି ଉଦ୍ଧାର କାର୍ଯ୍ୟ । ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫)|ପର୍ଶୁରାମ ମାମୁ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ବାପାଙ୍କ ସହ ମାମୁ ଘରୁ ନିଜ ଘରକୁ ଆସୁଥିଲେ। ବାଜିରାଉତ ସେତୁ ଉପରେ ପର୍ଶୁରାମ ହଠାତ୍ ସାଇକେଲରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ।ସେପଟେ ନଦୀକୁ ଡେଇଁପଡିଥିବା ଖବର ପାଇ ଦମକଳ ବାହିନୀ […]
ଖଣ୍ଡଗିରି ଥାନା ପରିସରରେ ଜଣେ ଯୁବତୀ ଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେଉଛି । ତାଙ୍କ ଅଜବ ଯୁକ୍ତିରେ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି । ଏ ଭିଡିଓ ଭାଇରାଲ ହେବା ପରେ ବଡ ପ୍ରଶ୍ନ । ଏପରି ଘଟଣା ଯଦି ପୁରୁଷ ଜଣେ କରିଥାନ୍ତେ ତାହାଲେ ତାଙ୍କୁ ଗିରଫ କରାଯାଇଥାନ୍ତା , ଏକାଧିକ ଦଫା ଲାଗିଥାନ୍ତା । […]
ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି।ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଦେଇଯାଇପାରିବେ ପର୍ଯ୍ୟଟକ। ଜୁନ […]
ରତ୍ନ ଟାଟାଙ୍କ ମୃତ୍ୟୁ ପରେ ସାରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଭାରତ ହରାଇଛି ଏକ ଆଇକନ୍ । ଯିଏ କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣରେ ଥିଲା ବଡ ହାତ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟାଟାଙ୍କ ବିୟୋଗର ମର୍ମାହତ । ସେ କହିଛନ୍ତି ଦେଶ ହରାଇଛି ଗୋଟିଏ ଅମୂଲ୍ୟ ରତ୍ନ । […]
ବିଜନେସ୍ ଟାଇକୁନ୍ ରତନ ଟାଟାଙ୍କ ପରଲୋକ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସମବେଦନା ଜଣାଇଛନ୍ତି।ସେ ‘X’ ଜରିଆରେ କହିଛନ୍ତି ଯେ, ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଦୂରଦ୍ରଷ୍ଟା ଥିଲେ । ଯାହାକୁ ଏବେ ପୁରା ଦେଶ ହରାଇଛି । ଦେଶରେ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ […]
ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ଗତ ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେହ ତ୍ୟାଗ କରିଛନ୍ତି। ସେ ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ଟାଟା ଗ୍ରୁପକୁ ଏତେ ଉଚ୍ଚତାକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଥିଲେ, ଯାହା ପାଇଁ […]
ରାୟଗଡ: ୯/୧୦/୨୦୨୪ : ଆଜି ଜିଲ୍ଲା ପ୍ରଶାସନ ରାୟଗଡ ଦ୍ବାରା ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲାପରିଷଦର ଅଧ୍ୟକ୍ଷ। ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ସୁରକ୍ଷା […]
ବିଜେଡି ଉପରେ ବର୍ଷିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିସ୍ପୋରକ ବୟାନ ଦେଲେ ବିଧାୟକ ଷୌଭିକ। ସେ କହିଥିଲେ, ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ। କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି। କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା। ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଖୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ସୌଭିକ […]
ପବ୍ଲିକ ସେକ୍ଟର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ ସରକାର । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତା ୪୬%ରୁ ବଢ଼ି ୫୦%ରେ ପହଞ୍ଚିଲା। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛି ଭାବେ ଲାଗୁ ହେବ।ସେହିପରି ମଙ୍ଗଳବାର କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୫ ଲକ୍ଷ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଗ୍ରାଚ୍ୟୁଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ […]
ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ତେବେ ଖୁବ୍ଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଯାବତ ୧କୋଟି ୫୦ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏନସିପିଆଇ କ୍ଲିୟରାନ୍ସ ପରେ ଆଜି […]
