ଆଜି ପବିତ୍ର ମହାଳୟା । ମାଆ ଜଗତଜନନୀ ଦୁର୍ଗାଙ୍କ ଆଗମନ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ଆରାଧନା କରାଯାଉଛି। ଆଜି ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ବର୍ଷର ସମସ୍ତ ଦିନ ଓ […]
ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୩ ତମ ଜୟନ୍ତୀ । ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ ।ବାପୁଙ୍କୁ ମନେ ପକାଇ ଆଜି ସାରା ଦେଶରେ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଦିଲ୍ଲୀ ରାଜଘାଟ ସ୍ଥିତ ବାପୁ ସ୍ମୃତି ପୀଠରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ […]
ରାଜଧାନୀର ଏକ ଆପାର୍ଟମେଣ୍ଟରେ ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତିରେ ଉଭୟଙ୍କୁ ବାନ୍ଧିଛି ପୁଲିସ।ଖବର ଅନୁଯାୟୀ, ଗତ ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଥିଲା ଏହି ଘଟଣା । ଚୋରୀ କରିବା ପାଇଁ କିଛି ଲୁଟେରା ଆପାର୍ଟମେଣ୍ଟରେ ପଶିଥିଲେ । ଲୁଟ୍ ପରେ ମହିଳାଙ୍କୁ ଛୁରୀ ଦେଖାଇ […]
ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ। ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବେ। ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ। ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି। ଯେଉଁଠାରେ ପୁରୁଣା ଡିଜାଇନ୍ ୟୁନିଫର୍ମ ବଣ୍ଟନ ହୋଇନି ସେଠାରେ ଏହା […]
ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ସି/୨୦୨୩ ଏ-୩’ଧୂମକେତୁଟିଅକ୍ଟୋବର ମାସ ୧୫ ରୁ ୨୦ ତାରିଖଖାଲି ଆଖିକୁ ଦେଖାଯିବରସଂଭାବନା ରହିଛି। ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲିକିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି।ଅକ୍ଟୋବର ମାସ ୧୨ ତାରିଖରେପ୍ରାୟ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ।୧୫ତାରିଖ […]
ରାୟଗଡ:-ତା. ୧ଅକ୍ଟୋବର ୨୦୨୪ରେ, ରାୟଗଡାର ଜିଲ୍ଲା କଲେକ୍ଟର ଶ୍ରୀମତୀ ପାରୁଲ ପାଟୱାରୀ ରାୟଗଡା କଲେକ୍ଟରେଟରେ “ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ୍” ଉଦ୍ଘାଟନ କରିଥିଲେ। ଏହି ପଦକ୍ଷେପ, ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଲାନିଁ ଏବଂ ପ୍ରମୋସନାଲ ଟ୍ରଷ୍ଟ (HLFPPT) ଏବଂ ଷ୍ଟେଟ ବ୍ୟାଙ୍କ ଫାଉଣ୍ଡେସନ ମଧ୍ୟରେ ଏକ ମିଳିତ ପ୍ରୟାସ l ଜିଲ୍ଲାର ଦୂର ତଥା ଅପହଞ୍ଚ ଅଞ୍ଚଳରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି। “ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ୍” ଭାବରେ ନାମିତ ଏହି ମୋବାଇଲ୍ ମେଡିକାଲ୍ […]
ଆର୍ଆଇ,ଅମିନ ପରୀକ୍ଷା କୁ ନେଇ ପ୍ରତିକ୍ରିୟା ଦେଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ । ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ । ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଦେଖୁଛୁ, ତର୍ଜମା କରୁଛୁ । ଆମେ ପିଲାଙ୍କ ଭବିଷ୍ୟତ ସହ ଖେଳିବୁ ନାହିଁ । ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ ।ତେବେ ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ […]
ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ନିଃଶୁଳ୍କ ବ୍ଳଡ ଗ୍ରୁପିଂ ପରୀକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଶିବିରରେ ପବିତ୍ର କୁମାର ବେହେରା ଏବଂ ସନାତନ ବେହେରା ଉପସ୍ଥିତ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ ଓ ଜାତୀୟ […]
ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ପ୍ରେସମିଟରେ ବିଜେପି ନେତା ସମୀର ଦାଶଙ୍କ ସୂଚନା । ତେବେ ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନଙ୍କ ଠାରୁ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ […]
ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା | ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ହେଲ୍ଥ କାର୍ଡ । ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବି ଏହି ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ । ଦାଦନ ଶ୍ରମିକଙ୍କୁ ବି […]
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ।ତାଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି। ତଳକୋର୍ଟ ରାୟ ବିରୋଧରେ ପ୍ରତାପ ହାଇକୋର୍ଟ ଯାଇଥିଲେ।ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି। ତେବେ ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ […]
ଏମିତି ବି ଆସେ ମୃତ୍ୟୁ । ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଲେ ଜଣେ ବ୍ୟବସାୟୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳର ଶୁକଦେବ ବେହେରା(୪୬)। ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ। ଗତ ଗୁରୁବାର ଶୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଚ୍ଛକାଳୀ ଛକ ନିକଟରେ ହଠାତ୍ ସେ ତାଙ୍କର ଗାଡ଼ି ଉପରେ […]
