ହୋଲିରେ ସିଝିବ ଓଡ଼ିଶା । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ ।

ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି […]

ଆଜି ଦୋଳପୂର୍ଣ୍ଣିମା, କାଲି ହୋଲି

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ । ସୁସଜ୍ଜିତ ବିମାନରେ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ । ମେଳଣ ପଡ଼ିଆରେ ଜମୁଛି ଭିଡ଼ । ଫଗୁ ଖେଳୁଛନ୍ତି ରାଧାକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ […]

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି।

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ୧,୮୧୮ ଜଣ କାର୍ଯ୍ୟରତ ସାମ୍ବାଦିକ ରହିଛନ୍ତି ବୋଲି ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା କେତେ ଏବଂ ସେମାନଙ୍କର ନାମ ଓ ସେମାନେ କେଉଁ ସଂସ୍ଥାରେ କାମ କରୁଛନ୍ତି, ତାହାର ଏକ ତାଲିକା ଜିଲ୍ଲାୱାରୀ ପ୍ରଦା କରିବେ କି ? ସେମାନଙ୍କର […]

ମାର୍ଚ୍ଚ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ

ଆଗାମୀ ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ୧୭ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ […]

‘ବନ୍ଦ ରହିବ କନେଷ୍ଟବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା’

ଆଇଆରବି ବାଟାଲିୟନ୍ କନ୍‌ଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ଗୁରୁବାର ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ଯାଏ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଶୁଣାଣି କରି କହିଛନ୍ତି ଯେ, ଅନ୍ୟାଦେଶ ନ ଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖାଯିବ। ପ୍ରାୟ ୩ ବର୍ଷ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। […]

ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ପାର୍

ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ସେହିଭଳି ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୯.୮ ଡିଗ୍ରୀ ସେଲସିୟସ, ରାଉରକେଲା ୩୯ ଡିଗ୍ରୀ, ହୀରାକୁଦ ୩୮.୮, ଚାନ୍ଦବାଲି ୩୭.୪, କେନ୍ଦୁଝର ୩୬.୬ ଡିଗ୍ରୀ ସେଲସିୟସ ତାପମାତ୍ରା […]

ଆଜି ପ୍ରକାଶ ପାଇଲା ଓଜେଏସ୍-୨୦୨୩ ପରୀକ୍ଷା ଫଳ

ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୩୩ଜଣ ପରୀକ୍ଷାର୍ଥୀ। ଏ ନେଇ ସୂଚନା ଜାରି କଲା ଓପିଏସସି। କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ ପରୀକ୍ଷାର୍ଥୀ।ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୋମେଶ ରଣବିଜୁଳି। ଏଥିସହ ଅରୁଣିଆ ପତି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ପାଏଲ […]

ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ:ରଣଜିତ ସଭାପତି, ସୁରେନ୍ଦ୍ର ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ରଣଜିତ ରଥ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ ଏବଂ କୋଷାଧକ୍ଷ ଭାବେ ସୁରେନ୍ଦ୍ର କୁମାର ଶତପଥୀ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଦୁର୍ଗାମାଧବ ଦୋରା, ସାହ ସମ୍ପାଦକ ଭାବେ ଦୁଇଜଣ ତପନ କୁମାର ସେଠୀ ଏବଂ ଆଶିଷ କୁମାର ସାମଲ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ ଜୀବନଜ୍ୟୋତି ସେଠୀ,ବଳଭଦ୍ର […]

ମାର୍ଚ୍ଚ ୩୦ରେ ଅନ୍ତଦୋୟ ଗୃହ ଯୋଜନା

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବାସ ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବର୍ତ୍ତମାନ ଏହି ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଥିବା ବେଳେ ପଞ୍ଜୀକରଣକୁ ଆହୁରି ୧୭/୧୮ ଦିନ ବାକି ଥିବାରୁ ଏଥିରେ ଅଧିକ ହିତାଧିକାରୀ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି।ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ […]

ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜୀବନ

ରାଜ୍ୟରେ ଦିନକୁ ଦିନ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି ସେନେଇ ଆଜି ଗୃହରେ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି ।ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ […]

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ । ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅସ୍ତ୍ର’ । ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି । ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ତେଜସ ଏୟାର କ୍ରାଫ୍ଟ ଦ୍ୱାରା ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଟାର୍ଗେଟକୁ ହିଟ୍ କରିଛି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ […]

ଏଣିକି ଯୁକ୍ତ ୨ ପରେ ବିଇଡି କରିପାରିବେ ଛାତ୍ରଛାତ୍ରୀ

ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି।ସୂଚନା ଥାଉକି, ରାଜ୍ୟରେ ବି.ଇଡି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତାରେ ହୋଇଛି ପରିବର୍ତ୍ତନ । ଆଗକୁ ଯୁକ୍ତ ୨ ପରେ ବି.ଇଡି କରିପାରିବେ ଛାତ୍ରଛାତ୍ରୀ । […]