ଜୟା ହୋଟେଲରୁ ମାଂସ ଖାଇ ଏବେ ଶୁଦ୍ଧି ହେଲେ ଦୁଇ ବ୍ୟକ୍ତି

ଗ୍ରାହକ ଖାଉଥିଲେ ମଟନ ଝୋଳ କିନ୍ତୁ ହୋଟେଲ ବାଲା ଦେଲା ବିଶ୍ବାସରେ ବିଷ । ଛେଳି ମାଂସ ବଦଳରେ ଖାଇବାକୁ ଦେଉଥିଲା ଗୋ ମାଂସ ।ଲୋକେ ଜାଣିପାରୁ ନଥିଲେ ସ୍ବାଦ । ଆଙ୍ଗୁଳି ଚାଟି ଚାଟି ଖାଉଥିଲେ । ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହୋଟେଲରେ ଦୁଇ ଜଣ ଯୁବକ ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଆଉ ସତ୍ୟତା ଜାଣିବା ପରେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି ।ଶ୍ରୀମନ୍ଦିର […]

ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେଲେ ପ୍ରଧାନମନ୍ତ୍ରୀ ।

ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ୱନ୍ଧକୁ ଅଧିକ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱୀପଦେଶ ଗସ୍ତରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ଧରମ ଗୋଖୁଲ ଓ ତାଙ୍କ ପତ୍ନୀଙ୍କୁ ବିଶିଷ୍ଟ ଭାରତୀୟ ଉପହାର ବି ପ୍ରଦାନ କରିଛନ୍ତି । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ […]

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।ଉଭୟ ପରିବାର ଓ କିଛି […]

ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁସାରେ ୨୪ ତାରିଖ ଅପରାହ୍ନ ୧ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ଯୋଜନା ଅନୁସାରେ କଣ୍ଟିଲୋ ନିଳମାଧବଙ୍କୁ ଦର୍ଶନ କରିବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ତେବେ ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ରହଣି ପାଇଁ ସୁରକ୍ଷା ବ୍ୟବସ୍ଥା, ଅସ୍ଥାୟୀ ରହଣି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ […]

ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ

ରାୟଗଡ଼ା ତା ୨୧/୦୩():- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅନୁମୋଦନରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱାରୀ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ, […]

ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି ।

ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କଲେ ବାଚସ୍ପତି ସୁରମା ପାଢ଼ୀ ।ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ତାରା। ଆଉ ଆଜି ବି ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ତାରାଙ୍କ ନିଲମ୍ବନକୁ ନେଇ କଂଗ୍ରେସ କରିଛି ପ୍ରତିବାଦ । ମୁହଁରେ କଳାପଟି ବାନ୍ଧି କଂଗ୍ରେସ ସଦସ୍ୟ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଡିଏମକେ ପ୍ରତିନିଧି।

ସରଗରମ ହେବାରେ ଲାଗିଛି ଲୋକସଭା ସିଟର ପରିସୀମନ ପ୍ରସଙ୍ଗ । ଦକ୍ଷିଣରୁ ଆରମ୍ଭ ହୋଇଥିବା ସ୍ବର ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ବିଭିନ୍ନ ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଡିଏମକେ ନେତା । ପରିସୀମନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧକୁ ଜୋରଦାର କରିବାକୁ ଡିଏମକେ ରଣନୀତି କରୁଛି । ଡିଏମକେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ମଙ୍ଗଳବାର ନବୀନ ନିବାସରେ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି ଏବଂ ତାମିଲନାଡୁ […]

୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍‌ ।

୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍‌ । ଜୁନ୍ ୨୦୨୪ ଠାରୁ ବର୍ତ୍ତମାନ ଯାଏଁ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୁର୍ଘଟଣା ଘଟିଛି । ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି ବି କହିଛନ୍ତି, ୨୦୨୫ ଫେବୃଆରୀ ମାସରେ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩,୦୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । […]

ଥାନାରେ ବିବାହ କଲେ ପ୍ରେମୀଯୁଗଳ

କଟକ ଜିଲ୍ଲା ସାଲେପୁର ବ୍ଲକ୍ ପଗା ପୋଲିସ ଫାଣ୍ଡି ପରିସରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ ।ପାଗା ତ୍ରିଲୋଚନପୁରର ଉଦୟ ନାଥ ଭୋଇଙ୍କ ଝିଅ ନମିତା ଭୋଇଙ୍କୁ ଥାନାରେ ବିବାହ କରିଛନ୍ତି ମହଜନପୂରର ଶ୍ରୀଧର ଭୋଇଙ୍କ ପୁଅ ସୁମନ ଭୋଇ । ଉଭୟ ଉଭୟଙ୍କୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ହେବ ଭଲ ପାଉଥିଲେ । ମାତ୍ର ପରିବାର ସଦସ୍ୟଙ୍କୁ ଭୟରେ କହି ନପାରି ଘରୁ ଲୁଚି ପଳେଇଥିଲେ । ଏନେଇ ପାଗା ଫାଣ୍ଡିରେ […]

ଜଳେଶ୍ଵର ବିଜେଡି ବିଧାୟକ ଓ ନର୍ଲା ବିଜେଡି ବିଧାୟିକାଙ୍କୁ ହାଇକୋର୍ଟରୁ ଝଟକା

ବିଜେଡି ବିଧାୟିକା ମନୋରମା ମହାନ୍ତି ଓ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ ।ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ । ସେହିପରି ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ମାମଲା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ । ତେବେ ଉଭୟଙ୍କ ବିରୋଧରେ ଚାଲିବ […]

ଗହୀରମଥାରେ ଅଲିଭ ରିଡଲେଙ୍କ ଗଣ ବସା

ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ ୬.୬ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ […]

୨୦୨୫ ମସିହାରେ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ

ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ।ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ ଓ […]