ଶ୍ରାବଣ ତୃତୀୟ ସୋମବାର, ଜଳଲାଗି ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼।ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।ଶ୍ରାବଣ ସୋମବାରରେ ଭକ୍ତି ଓ ନିଷ୍ଠାର ସହ ଭଗବାନ ଶିବଙ୍କ ଉପାସନା କଲେ ସୁଖ, ଶାନ୍ତି ଓ ସମୃଦ୍ଧି ମିଳିବା ସହ ମନୋକାମନା ପୂରଣ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ହଜାର ହଜାର ଭକ୍ତ ମହାଦେବଙ୍କ ଦର୍ଶନ ଓ ଜଳଲାଗି ପାଇଁ ଶୈବପୀଠରେ ପହଞ୍ଚିଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ପ୍ରବେଶ ପଥରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଭିଡ଼ ନିୟନ୍ତ୍ରଣ ଉପରେ ନଜର ରଖାଯାଉଛି।

ଅଧିକ ପଢନ୍ତୁ