କଟକରେ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ଏକଥା ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କଟକ କୃଷକ ବଜାରରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ ଜରୁରୀ କାମ ପଡିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର […]
ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍ ଆସିବେ। ଏହି ଟିମ୍ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ନିଆଯାଇଥିବା ପଦକ୍ଷେପ ନେଇ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି । କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ […]
ଡେବ୍ରିଗଡ ଅଭୟାରଣ୍ୟରେ ଅନେକ ବର୍ଷ ଧରି ଘେରାବନ୍ଦୀରେ ଥିବା ହାତୀ ଖରସେଲ୍ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଖରସେଲର ମୃତ୍ୟୁ ହୋଇଥିବା କହିଛନ୍ତି ଡେବ୍ରିଗଡ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ । ଖରସେଲ୍ର ବୟସ ୬୫ ବର୍ଷରୁ ଅଧିକ ଥିଲା । ପ୍ରାୟ ୫ରୁ ୬ ମାସ ହେବ ହାତୀର ଗତିବିଧି ମନ୍ଥର ହୋଇଯାଇଥିଲା । ଖାଦ୍ୟ ମଧ୍ୟ ଠିକରେ ଗ୍ରହଣ କରୁନଥିଲା । ଖରସେଲକୁ ବଲାଙ୍ଗୀର ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା ।
ଆମ ଓଡ଼ିଶା ନବୀନ ଓଡିଶା’ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା। ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି। ବାକି କିଛି କାମ ଚାଲୁଛି। କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ। ଆଜି ବିଧାନସଭାରେ ଏକଥା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି […]
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆ ଧାନ ବା ସରିଆ ଧାନ। ମା ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା […]
ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ସୋମବାର ରେଡ୍ ପରେ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ […]
ପୋଲିସ ଅଧିକାରୀଙ୍କୁ ବି ଛାଡିଲେନି ଠକ। ନକଲି ସୋସିଆଲ ମିଡିଆ ଇଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲି ଚଳାଉଛନ୍ତି ଲୁଟ୍ର ଯୋଜନା। ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡିଛି। ଇନ୍ଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ନେଇ ଏଡିଜି ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି। ଏହି ଫେକ୍ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି।
ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର । କୌଣସି ଏକ ଜାହାଜରୁ ଏହି କଣ୍ଟେନର ଖସି ପଡ଼ି ଭାସିଆସିଥିବା ସନ୍ଦେହ କରାଯାଉଥିବାବେଳେ କଣ୍ଟେନରରେ ସମସ୍ତ ଜିନିଷ ଥିବା ଜଣାପଡ଼ିଛି। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। କିନ୍ତୁ ସାଧାରଣ ଲୋକେ ସାମଗ୍ରୀ ବୋହିନେଲେ ।ଏହି କଣ୍ଟେନର ଉପରେ ଆଇଟିଟି ଲାଇନ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦେଖିବାକୁ ମିଳିଛି। ଏତେ ବଡ଼ କଣ୍ଟେନର […]
ରାଜ୍ୟରେ ସ୍ବାସ୍ଥ୍ୟବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏହି ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ। ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ସରକାର ଏକ ବଡ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ପରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ହେବ । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା […]
ନୂଆଗାଁ: ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ସ୍ଥିର କରୁଥିଲେ, ଏ ଦିଗରେ କୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମିଶ୍ରଣ ହୋଇଥିବା ବିଦ୍ୟାଳୟ କୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆବେଦନ କରାଯାଇଥିବା WA No 417/2021 ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ବିଚରାଧୀନ ଅଛି […]
ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇଛି ବୋଲି ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲ, ବ୍ଲକ, ଏବଂ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି। ବିଶେଷ କରି ଭୁବନେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଭୁବନେଶ୍ବର, କେନ୍ଦ୍ରପଡା ଓ ପୁରୀରେ […]
