ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ

ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି। ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଚାଲିବ।ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ଭିତରେ ପୂରଣ ହେବ ସମସ୍ତ ଡାକ୍ତର ଓ ପାରା ମେଡିକାଲ ପଦବୀ […]

ଜଗନ୍ନାଥ ବିହାର ବାସଭବନରୁ ବାହାରିଲା ଶୋଭାଯାତ୍ରା

ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ଏଥିସହିତ ଏଭଳି ଦୁଃଖଦ […]

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ।

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଦିଆଯିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ରାଜ୍ୟର ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏକାଥରକେ କୋଟିଏ ମହିଳାଙ୍କୁ ଟଙ୍କା ଦିଆଯିବ । ବ୍ରହ୍ମପୁରରୁ କୋଟିଏ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଋଷିକୁଲ୍ୟା ମୁହାଣରେ ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା । ସାରା ବିଶ୍ୱରେ ଏବେ ଚର୍ଚ୍ଚାକୁ ଆସିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ […]

ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ

ସତ୍ୟନଗରରେ ହେବ ଶେଷକୃତ୍ୟ । ଶୁକ୍ରବାର ଦିନ ୧୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଆସିବ ମରଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ । ତେବେ ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଛନ୍ତି ଅପରାଜିତା । ବିମାନବନ୍ଦରରୁ ସିଧା ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଛନ୍ତି ଅପରାଜିତା । […]

ଉତ୍ତମ ମହାନ୍ତିଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ

ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପ‌ରଲୋକ ହୋଇଛି। ଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି […]

ଆରପାରିରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି

ଆରପାରିରେ ଉତ୍ତମ ମହାନ୍ତି । ଦୀର୍ଘ ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରିଥିବା ବେଳେ ତାଙ୍କର ପରଲୋକ ଘଟିଛି । ଏହି ଖବର ଶୁଣିବା ପରେ ଓଲିଉଡଠୁ ଆରମ୍ଭ କରି ପୂରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।ସୂଚନା ଅନୁସାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ କିଛି ଦିନ ହେବ ରାଜଧାନୀର ଏକ […]

ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ

ଆଜି ମାଟ୍ରିକ୍ ପରୀକ୍ଷାର ଗଣିତ ପରୀକ୍ଷା ଦେଉଥିଲେ ୧୦ମ ପରୀକ୍ଷାର୍ଥୀ। ବର୍ତ୍ତମାନ ଶେଷ ହୋଇଛି ଗଣିତ ପରୀକ୍ଷା। ଏହି ପରୀକ୍ଷାରେ କପି କରି ଧରାପଡ଼ିଛନ୍ତି ୫ ଜଣ ପରୀକ୍ଷାର୍ଥୀ।ଏଥର ମାଟ୍ରିକ ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି । ଆଜି ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ କପି ମୁକ୍ତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ ଟି ସ୍କ୍ୱାଡ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ […]

କଟକରେ ଅଟୋ ଡ୍ରାଇଭରକୁ ଲହୁଲୁହାଣ କଲା ମୋ ବସ

‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାସ୍ଥଳ ସ୍ଥାନୀୟ ଲୋକ ଏକାଠି ହୋଇ ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି । ମୋ ବସଟି ହାଇକୋର୍ଟ ଆଡକୁ ଜୋରରେ ଯାଉଥିବା ବେଳେ ହଠାତ ଇଣ୍ଡିକେଟର ନ ଦେଇ ବାମ ପାର୍ଶ୍ବ କୁ ଅଟକି ଯାଇଥିଲା ଫଳରେ ପଛରେ ଆସୁଥିବା […]

ବାଲି ମାଫିଆ ସାବଧାନ! ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ ।

ରାଜ୍ୟରେ ବାଲି ମାଫିଆମାନେ ମାତିଛନ୍ତି। ସରକାରୀ ସଂପତ୍ତି ଲୁଟ୍‌ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି। ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି।ଏଣିକି ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଅଣା ଯିବା ସହ ବାଲି ମାଫିଆଙ୍କ ବିରୋଧରେ ନିଆ ଯିବା ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗରୁ ବାଲି ଖାଦାନ ରାଜସ୍ବ ବିଭାଗ ଅଧୀନରେ ଆସୁଥିଲା । ପୂର୍ବ ସରକାର ଏହାକୁ ମାଇନ୍ସ ବିଭାଗକୁ ଆଣିଲେ । ଏବେ ମାଇନ୍ସ ବିଭାଗରେ କର୍ମଚାରୀ ଅଭାବକୁ ଦୂର […]

ମାର୍ଚ୍ଚ ୩ରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ

ଆସନ୍ତା ମାର୍ଚ୍ଚ ୩ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି କରିବେ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣଫେବୃୟାରୀ ୨୮ତାରିଖ ୧୧ ଟା ରୁ ଆରମ୍ଭ ହେବ ଏବଂସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ।ଏଥିନିମନ୍ତେ,ଆଗ୍ରହୀ ଜନସାଧାରଣଜନ ଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।

୧ ମାର୍ଚ୍ଚରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି

ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ଗାଈ, ଛେଳି ଏବଂ ମେଣ୍ଢା ଇତ୍ୟାଦି ପଶୁପାଳନ ପାଇଁ ଉପଭୋକ୍ତା ଫି ଛାଡ଼ କରାଯାଇଛି। ଲୋକମାନେ ମାର୍ଚ୍ଚ ୧ ରୁ ଏହି ମାଗଣା ପଶୁପାଳନ ସୁବିଧା ପାଇବେ,” ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।