ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଦହିବରା ନାଁ ଶୁଣିଲେ ଯେମିତି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ। ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି। ତେବେ ବିଶ୍ବର ସବୁଠାରୁ ବଡ଼ ଦହିବରା କରାଯାଇଛି । ୪୦ ଲିଟର […]
କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ଡାକ୍ତରଖାନାରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ୍ୟ । ଛାତ୍ରୀଙ୍କ ସମ୍ପର୍କୀୟ ଶାରୀରିକ ସମ୍ପର୍କ ରଖିଥିବଆ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆ ଯାଇଥିଲା । ସୂଚନାମୁତାବକ ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ କରି ତିନି ଜଣଙ୍କୁ RBSK କମିଟିକୁ […]
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡିହି ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସୂଚନା ଅନୁସାରେ ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ । ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ଏହି ସମୟରେ ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ ମାଡ କରିଛି […]
ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ । ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ ।ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍ ଜାରି ହୋଇଛି। ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି। ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼।ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି […]
ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସମ୍ଭାବ୍ୟ ପାଣିପାଗକୁ ନେଇ ଆଇଏମ୍ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା […]
ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ ତାଲିକାରୁ କାଟି ଦିଆଯାଇଛି । କେତେକ […]
ରାୟଗଡ ଜିଲା ୨୮/୦୨ – ୨୦୨୫-୨୬ ଆର୍ଥିକ ବର୍ଷର ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ୍ ସଂପର୍କିତ ଏକ ବୁଦ୍ଧିଜୀବି ସମ୍ମିଳନୀ ରାୟଗଡା ବିଜେପି ତରଫରୁ ସ୍ଥାନୀୟ ବିଜୁ ପଟନାୟକ ଅଡୋଟରିୟମ ଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମ୍ମିଳନୀରେ ଅତିଥି ଭାବେ ମାନ୍ୟବର ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ପ୍ରବକ୍ତା ଭାବେ ରାଜ୍ୟ ମିଡିଆ ସଂଯୋଜକ ତେଜେଶ୍ୱର ପରିଡା ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ […]
ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ । ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ। ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ […]
ବଲାଙ୍ଗୀର ଅବକାରୀ ଟିମ୍କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ।ଗିରଫ ତିନି ଜଣ ଅଭିଯକ୍ତ ମାନେ ହେଲେ ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାର ଚନ୍ଦ୍ରକେଶ ଯାଦବ, ମୂଲଚାନ୍ଦ ଯାଦବ ଓ ସକିଲ ଅହମ୍ମଦ । ବଲାଙ୍ଗୀର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ମୁଥାଗାଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ମୁଥାଗାଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ […]
ଆରପାରିରେ ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି । ଶୋକସନ୍ତପ୍ତ ପରିବାର, ପ୍ରଶଂସକ ଉତ୍ତମଙ୍କୁ ଶେଷ ବିଦାୟ ଦେଇଛନ୍ତି । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଥିଲା । ଉତ୍ତମଙ୍କୁ ମୁଖାଗ୍ନୀ ଦେଇଛନ୍ତି ପୁଅ ବାବୁସାନ୍ । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି। ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର […]
ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି। ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଚାଲିବ।ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ଭିତରେ ପୂରଣ ହେବ ସମସ୍ତ ଡାକ୍ତର ଓ ପାରା ମେଡିକାଲ ପଦବୀ […]
