୧ ମାର୍ଚ୍ଚରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି

ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ଗାଈ, ଛେଳି ଏବଂ ମେଣ୍ଢା ଇତ୍ୟାଦି ପଶୁପାଳନ ପାଇଁ ଉପଭୋକ୍ତା ଫି ଛାଡ଼ କରାଯାଇଛି। ଲୋକମାନେ ମାର୍ଚ୍ଚ ୧ ରୁ ଏହି ମାଗଣା ପଶୁପାଳନ ସୁବିଧା ପାଇବେ,” ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୬ ଶିକ୍ଷକ ନିଲମ୍ୱିତ

ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ । କାର୍ଯ୍ୟରୁ ନିଲମ୍ୱିତ ହେଲେ ୬ ଶିକ୍ଷକ । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ । ଏହି ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ […]

ଯାଜପୁରରେ ଲଜ୍ଜା, ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ଭାଇଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ।

ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ଭାଇଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ବାପୁ ପଣ୍ଡା ଓ ବାବି ପଣ୍ଡା। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।ତେବେ ଆକ୍ରମଣର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସିପଡିବା ଘଟଣା; ପ୍ରଶାସନକୁ ଦାୟୀ କଲେ ସେବାୟତଙ୍କ ପୁଅ

ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଞ୍ଚଳ ଥିବା ବେଳେ ହଠାତ୍ ବଡ ଅଘଟଣ ଘଟିଛି। ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, […]

କଞ୍ଚା ହଳଦୀରେ ଆଙ୍କିଲେ ମହାଦେବଙ୍କ ଅବିକଳ ପ୍ରତିମୂର୍ତ୍ତି

ବାଲେଶ୍ୱର ସହର ଉପକଣ୍ଠସ୍ଥ ସିନ୍ଧିଆ ପଞ୍ଚାୟତର ବାବୁରାମ ନାଥଙ୍କ ପୁଅ ଅବିନାଶ ନାଥ । ସବୁବେଳେ କିଛି ନୂଆ କରିବାର ପ୍ରୟାସ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା ଅବସରରେ ତାଙ୍କର ନିଆରା କଳାକୃତି ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ମହାଶିବରାତ୍ରୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ବସି ଏକ ୩ ସେଣ୍ଟିମିଟର କଞ୍ଚା ହଳଦୀରେ ପ୍ରଭୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଚିତ୍ର ମାଧ୍ୟମରେ ସ୍ଥାନିତ କରିଛନ୍ତି ।ପୂର୍ବରୁ ବି […]

୨୦ ଫୁଟ ଉଚ୍ଚ ପୋଲ ଉପରୁ ଖସି ପଡ଼ିଲା ବାଇକ୍ଶି

ବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ପଟାଙ୍ଗି ଅଞ୍ଚଳର ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଶିବରାତ୍ରି ଉତ୍ସବ ପରେ ତିନି ଜଣ ଚଟୁଆ ଗାଁରୁ […]

ଆଗକୁ ଭୟାନକ ଗ୍ରୀଷ୍ମ ପ୍ରବାହ

ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି । ଶୀତରେ ଛାଡ଼ୁନି ତାତି । ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି । ଆଇପିସିସିର ଭୟାନକ ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୨୮ରୁ ୨ରୁ ୩ […]

ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ

ଶିବରାତ୍ରୀ ଅବସରରେ ସୁନା କିଣିବାକୁ ଭାବୁଛନ୍ତି। ତେବେ କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ |ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ହଜାର ୮୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୫୦୦ ଟଙ୍କା ଛୁଇଁଛି । ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର […]

ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମିନ୍ନଗଟ୍ଟା ଜଙ୍ଗଲରେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ […]

ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ । ସୂଚନାମୁତାବକ ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା […]

ଯୌନ ଶୋଷଣ ଅପରାଧରେ ଆଇଆଇସି ତପନ କୁମାର ନାହାକ ସସପେଣ୍ଡ ।

ପୁଲିସକୁ ପ୍ରେମ କଲା ପୁଲିସ, ପୁଣି ପୁଲିସକୁ ବାନ୍ଧିଲା ପୁଲିସ ଆଉ ଆଜି ପୁଲିସକୁ ନିଲମ୍ବନ କଲା ପୁଲିସ। ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ।୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ […]