ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶାନୁସାରେ ଆଇନ ସେବା ପ୍ରାଧିକରଣ ନୟାଗଡ଼ର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଦୁଃଖି ପାତ୍ର ଏବଂ ଚାରିପୁଅବୋହୁଙ୍କୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ଇଟାମାଟିର ଦୁଃଖି ପାତ୍ର ନିଜ ବାସଗୃହକୁ ପୁଅବୋହୂଙ୍କ ସହିତ ଫେରିଛନ୍ତି। ଦୁଃଖି ପାତ୍ର ଏବଂ ପୁଅବୋହୂଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଦୁଃଖି ପାତ୍ର ଆଜକୁ ଦୀର୍ଘ ୧ବର୍ଷ ହେବ ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଅବସ୍ଥିତ ସମର୍ପଣ ବୃଦ୍ଧା […]
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଜାତୀୟ ରାଜପଥ -39 ର ଲାଟେହାରର ହଟୱାଗ ଗ୍ରାମରେ ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। […]
ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି ଘୋଷଣା। ବାବା ଆରଡ଼ିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଆଜି ପବିତ୍ର ମହାଶିବରାତ୍ରିରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, କ୍ରୀଡ଼ା, […]
ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ଟି କୁମ୍ଭ ସହିତ ୧୪୪ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି । ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି ।ଏହି ବାଲୁକା […]
ଆଜି ପବିତ୍ର ମହାଶିବରାତ୍ରୀ। ଓମ୍ ନମଃ ଶିବାୟ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ରାଜ୍ୟର ସବୁ ଶିବାଳୟ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମହାଶିବରାତ୍ରି ପବିତ୍ର ଅବସରରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ପରମ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ। […]
ପ୍ରେମିକାଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ଜଙ୍ଗଲରୁ ଉଠାଇ ଆଣିଲା ପୋଲିସ। ଏକତରଫା ପ୍ରେମକୁ ନେ ଇ ସୋରରେ ଘରେ ପଶି ଯୁବତୀଙ୍କ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ । ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ଜଣକ ବିଷ ଖାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ ସୋମବାର ଜ୍ୟୋତିର୍ମୟୀ ରାଣା ନାମକ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ […]
ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି । ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ […]
ଆଜି ଜାଗର । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, […]
ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟୀକାର ଗୁଣବତ୍ତାସମ୍ପର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟୀକା ଭଣ୍ଡାର ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି।ସଠିକ କୋଲ୍ଡ ଚେନ୍ ବ୍ୟବସ୍ଥା ଏବଂ ଟୀକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟୀକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ ଟୀକା ଭଣ୍ଡାର, ୯ଟି ଆଞ୍ଚଳିକ ଏବଂ ୩୨ଟି ଜିଲ୍ଲା ଟୀକା ଭଣ୍ଡାର […]
ପୁଲିସକୁ ବାନ୍ଧିଲା ପୁଲିସ। ଏମିତି ଘଟଣା ଘଟିଛି ଜଗତସିଂହପୁରରେ। ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ପ୍ରେମିକା ଯେତେବେଳେ ଅଧିକାର ମାଗିଲେ ମାନେ ବାହା ହେବାକୁ କହିଲେ ବିଚରା ପ୍ରେମିକ ପ୍ରବରଙ୍କ ମୁହଁ ଶୁଖିଗଲା । ଆଉ ଧରାଛୁଆଁ ଦେଲେନି । ନ୍ୟାୟ ପାଇଁ ଥାନାରେ ବସିଲେ ପ୍ରେମିକା । ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। […]
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ। ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟ୍ ରେ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୋଲିସ ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । […]
ହାଇପ୍ରୋଫାଇଲ ଠକ ଦମ୍ପତ୍ତି ହଂସିକା- ଅନିଲ ଗିରଫ ମାମଲା। ହାଇକୋର୍ଟରୁ ନିରାଶ ହେଲେ ହଂସିକା। ସ୍ୱାମୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ କରିଥିଲେ ଅନ୍ତରୀଣ ଜାମିନ ଆବେଦନ। ଏହି ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ହଂସିତାଙ୍କ ଓକିଲ ଧନଞ୍ଜୟ ମୁଣ୍ଡଙ୍କ ସୂଚନା । ତେବେ ନିୟମିତ ଜାମିନ ଆବେଦନ ଶୁଣାଣି ପାଇଁ ରହିଛି ।ଏବେ ହଂସିକାଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ। ବର୍ତ୍ତମାନ ହଂସିକା ଝାରପଡ଼ା ଜେଲରେ ଅଛନ୍ତି।ସୂଚନାଥାଉକି, ରାଜଧାନୀରୁ ହାଇପ୍ରୋଫାଇଲ ଦଂପତ୍ତି ଅନୀଲ ଓ ହଂସିକାଙ୍କୁ ଗତ […]
