ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ରକ୍ଷା ବନ୍ଧନ- ନିଶା ନିବାରଣ କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ, ଆମ ଓଡିଶା ଓ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପୌରପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲା ବେଳେ ମୁଖ୍ଯ ବକ୍ତା ଭାବେ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ , ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, […]

ଉନ୍ନତ ହେବ ଆଦିବାସୀ ବହୁଳ ଗାଁ ।

୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ରୋଡ଼ମ୍ୟାପ ପ୍ରସ୍ତୁତ କଲା ବିଭାଗ। ଯେଉଁ ଗାଁଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ। ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକ ମାନଙ୍କୁ ବିଭିନ୍ନ […]

ପ୍ରୋସେସିଂ ପାଇଁ ମିଲ୍‌କୁ ଗଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ!

ମହାପ୍ରଭୁଙ୍କ ଅର୍ପଣ ଚାଉଳ ବିବାଦ କଣ୍ଟା ଭଳି ତଣ୍ଟିରେ ଲାଗିଛି। ସାରା ରାଜ୍ୟରୁ ସଂଗୃହୀତ ଏହି ଚାଉଳ ଦୀର୍ଘ ୮ ମାସ ଧରି ପଡ଼ିରହିବା ପରେ ପାଣି ଲାଗି ଫିମ୍ପି ମାରିଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ସାରାରାଜ୍ୟରୁ ଏହି ଅର୍ପଣ ଚାଉଳ ସଂଗ୍ରହ କରିଥିଲେ ପୂର୍ବ ବିଜେଡି ସରକାର। ଭକ୍ତି ଭାବରେ ଲୋକେ ବଡଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଚାଉଳକୁ ଭୋଗ ଲଗାଇ, ବଣ୍ଟାଯିବ ବୋଲି କୁହାଯାଇଥିଲା।କିନ୍ତୁ ଏହା ସଫଳ ହୋଇ ପାରିଲା ନାହିଁ |ଏନେଇ […]

ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ ।

ଆସନ୍ତା ବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନ ମନ୍ତ୍ରୀ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ଇଲେକ୍ସନ ପୁଣିଥରେ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ। କୋଭିଡ୍ ଆଳରେ ପୂର୍ବତନ ରାଜ୍ୟ ସରକାର ଛାତ୍ର ନିର୍ବାଚନକୁ […]

ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଆ ନାଟ୍ୟ ସାହିତ୍ୟର କିମ୍ବଦନ୍ତୀ ପୁରୁଷ,ବିଶିଷ୍ଟ ନାଟ୍ୟକାର ତଥାନାଟ୍ୟ ନିର୍ଦ୍ଦେଶକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ନନାଙ୍କ ଡାଏରୀ’ ନୟାଗଡ଼ ବ୍ଳକ ସଭାଗୃହରେ ଆଜି ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଯାଇଛି । ନାଟ୍ୟକାରଙ୍କ ସୁପୁତ୍ର ଡ.ଅଶୁତୋଷ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ […]

ବାଂଲାଦେଶ ହିଂସା ଭିତରେ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ

ବାଂଲାଦେଶରେ ଲାଗିରହିଥିବା ହିଂସା ଓ ସେଠାରେ ହିଂସାରେ ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆଜି ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି। ସମସ୍ତ ଜିଲାର ଶ୍ରମ ଅଧିକାରୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି।ପ୍ରାଥମିକ ଭାବେ ଅଫିସିଆଲ ଡାଟା […]

ବଢ଼ିଲା ପିଏମ ଆବାସ ଅନୁଦାନ ରାଶି

ପ୍ରଧାନମନ୍ତ୍ରୀ(ପିଏମ) ଆବାସ ଯୋଜନାର ଅନୁଦାନ ରାଶି ବୃଦ୍ଧି କରାଯାଇଛି। ପୂର୍ବରୁ ପିଏମ ଆବାସ ନିର୍ମାର ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା […]

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ

ଭାଇ-ଭଉଣୀର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ ରାଖୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ। ଆଉ ବଦଳରେ ଭାଇ, ତା’ ଭଉଣୀକୁ ରକ୍ଷା କରିବାର ସଂକଳ୍ପ ବି ନେଇଥାଏ।ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହାସହ ବିଭିନ୍ନ ଅନୁଷ୍ଠାନର ମହିଳା ଓ ମହିଳା ସାମ୍ବାଦିକା ମଧ୍ୟ ସାମିଲ […]

ରାକ୍ଷୀ ପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ । 

ରାଖିପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ।ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ବଡ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ହେଲେ ଏହାକୁ ସୁପରମୁନ୍ କୁହାଯାଏ । ଚଳିତବର୍ଷ ଅଗଷ୍ଟ ୧୯ ତାରିଖରେ ଅର୍ଥାତ୍ ଆଜି ବ୍ଲୁ ସୁପର ମୁନ୍ ଆକାଶରେ ଦୃଶ୍ୟମାନ ହେବ […]

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ଏକ ଷଡଯନ୍ତ୍ର ନୁହେଁ ତ !

କ୍ଷମତାରେ ଥିବା ବେଳେ ଅଦୃଶ୍ୟ ନିର୍ଦ୍ଦେଶ ବଳରେ ହେଲିକପ୍ଟରରେ ଉଡ଼ିବୁଲୁଥିଲେ ପାଣ୍ଡିଆନ। ହେଲେ ଏହି ଖର୍ଚ୍ଚର ହିସାବ ନମିଳିବାରୁ ତଦନ୍ତ କରୁଛନ୍ତି ନୂଆ ସରକାର। ସେନେଇ ବିଧାନସଭାରେ ପ୍ରଶ୍ନ ହୋଇଥିଲେ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ଦେଇଥିଲେ ଯେ ତଥ୍ୟ ସଂଗ୍ରହ ହେଉଛି। ଏପରିକି ସୂଚନା ଅଧିକାର କର୍ମୀ ଏନେଇ ତଥ୍ୟ ମାଗିଥିଲେ ବି ତଥ୍ୟ ଦିଆଯାଉନି। ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ତଥ୍ୟକୁ କାହିଁକି ବିଜେପି ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଥିବାବେଳେ […]

ଆଜି ପବିତ୍ର ରକ୍ଷା ବନ୍ଧନ ।

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସ ନୀତି ପାଳିତ ହେବ । ତେବେ ପ୍ରଭୁ ବଳଭଦ୍ରଙ୍କ ଏହି ପବିତ୍ର ଜନ୍ମୋତ୍ସବ ବିଧି ବିଧାନର […]

ଏହି ୫ ଜିଲାକୁ ପ୍ରବଳ ବର୍ଷା

ଦକ୍ଷିଣ ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସଦୃଶ ଲଘୁଚାପ ସକ୍ରିୟ ରହିଛି । ଏହା ଅଧିକ ଘନୀଭୁତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ୱେଲମାର୍କ ଲୋ-ପ୍ରେସରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। । ଆଜି ସକାଳ ୮ଟା ୩୦ ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ […]