ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ। ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ ମଧ୍ୟ ଧୁମଧାମ୍ରେ ଗଣେଶ ପୂଜାର ଆୟୋଜନ ହେବ।ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ କମିଶନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା । […]
ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମନସ୍କାମନା ପୂରଣ ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ। ବୋଲ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଭୁବନେଶ୍ଵରର ପ୍ରଭୁ ଲିଙ୍ଗରାଜ, ଆଠଗଡର ବାବା ଧବଳେଶ୍ଵର ଏବଂ ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗିଛି। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ମୋଟର ଆସୋସିଏସନର ପୂର୍ବତନ ସଭାପତି, ନୟାଗଡ଼ ଏନ. ଏ. ସି.ର ପ୍ରଥମ କାଉନସିଲର, ନୟାଗଡ଼ର ପ୍ରଥମ ଫୁଟବଲ ଖେଳାଳି,ମର୍ସିଡ଼ିଜବେଞ୍ଜ ଟ୍ରକର ପ୍ରଥମ ମାଲିକ, ନୟାଗଡ଼ର ପ୍ରଥମ ସରକାରୀ ସ୍ବୀକୃତିପ୍ରାପ୍ତ ଶିକାରୀ ଅନୁର୍ଯ୍ୟାମୀ ଦାସଙ୍କ ୯୨ ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇ ଯାଇଛି | ସମସ୍ତଙ୍କ ଅତ୍ୟନ୍ତ ମେଳାପୀ, ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି […]
ନୟାଗଡ଼,(ଓଡ଼ିଶା ଦର୍ପଣ):. ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ସ୍ୱର ସାହିତ୍ୟ ଆଲୋଚନା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସାରସ୍ବତ ସଭାରେ ସତୁରୀରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦେଇ ସ୍ଵରଚିତ କବିତା ଓ ଗଳ୍ପ ପଠନ କରି ଅତିଥି ମାନଙ୍କ ଠାରୁ ପ୍ରସଂଶାପତ୍ର ଗ୍ରହଣ କରିଥିଲେ l ଆଜିର ସାରସ୍ବତ ଉତ୍ସବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟ ଅତିଥି ତଥା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ ଟ୍ରଫି ହାସଲ କରିଥିଲେ। ସ୍କାଉଟ ଦଳର ଏହି କୃତିତ୍ୱରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍କାଉଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ତଥା […]
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ। ଶନିବାର ଏନେଇ ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିଲେ। ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା। ଏହାସହ ପୂର୍ବରୁ ଥିବା […]
ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ବିଚିତ୍ର ଦୃଶ୍ୟ। ଭୂତ ଭୟରେ ଖାଲି ହୋଇଯାଇଛି ଆଶ୍ରମ ବିଦ୍ୟାଳୟ। ଆଶ୍ରମରେ ଥିବା ୬୪ ଛାତ୍ରୀଙ୍କୁ ଅନତ୍ର ସ୍ଥାନାନ୍ତର କରାଯାଇଛି। ଭୂତ ଭୟରେ ୫ ଛାତ୍ରୀ ଅସୁସ୍ଥ ହେବା ସୂଚନା। ସମସ୍ତ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସରେ ସ୍ଥାନାନ୍ତର କରାଯାଇଛି |ଗାଁରେ ବୈଠକ ପରେ ଆଶ୍ରମରେ ପୂଜାପାଠ କରିବା ପରେ ଛାତ୍ରୀଙ୍କୁ ପୁଣି ଥରେ ଆଶ୍ରମ ବିଦ୍ୟାଳୟକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଗ୍ରାମବାସୀ […]
ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପଚା ଅଣ୍ଡା ତରକାରୀ ଖାଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ଶନିବାର ସକାଳୁଆ ସ୍କୁଲ ଥିବାରୁ ପୂର୍ବାହ୍ନ ସମୟରେ ପ୍ରାୟ ୬୦ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ […]
ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି। ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ଏବେ ଅଫିସର କୁଆଡେ ଗଲେ ପ୍ରଶ୍ନ କରିଛନ୍ତି ନାଗରିକ ସୁରକ୍ଷା ମଞ୍ଚର ସଭାପତି।ସେପଟେ, ଆଳୁ ପ୍ରସଙ୍ଗକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ଓ ବିରୁଡା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ଦୁଇ ପଞ୍ଚାୟତର ସୁନାଲଟି, ବାଘେରା , ମର୍ଦ୍ଦରାଜପୁର, ବରକୋଳି ପାଟଣା, ପାଣ୍ଡେରୀ ପାଟଣା, ବିରୁଡ଼ା […]
ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି। ଖବର ପାଇଁ ମନ୍ତ୍ରୀ ପହଞ୍ଚିବାର ୨୦ ମିନିଟ ପରେ ତହସିଲଦାର ପହଞ୍ଚି ମନ୍ତ୍ରୀଙ୍କ ଆଗରେ ହାଜର ହୋଇ ଛିଡା ହେଲେ । ସେ ଭିତରେ ତହସିଲଦାରଙ୍କ ବିରୁଦ୍ଧରେ ଗୁଡାଏ ଅଭିଯୋଗ ମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ […]
କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗ ସାରା ବିଶ୍ଵରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ସୃଷ୍ଟି କରିବ ବୋଲି ଡବ୍ଲୁଏଚଓ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ପାକିସ୍ତାନରେ ଏହି ସଂକ୍ରାମକ ରୋଗ ଦେଖିବାକୁ ମିଳିଛି। ପାକିସ୍ତାନର ୩ ଜଣ ନାଗରିକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ […]
