ସାମ୍ନାକୁ ଆସୁଛି ରଙ୍ଗିଲା ସ୍ୱାମୀଙ୍କ କଳା କାର୍ନାମା ।ଗୋଟିଏ ପଟେ ହୋଟେଲ୍ରୁ ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଧରିପଡିଥିବା ବେଳେ ଏବେ ଆଉ ଏକ ଅଭିଯୋଗ ପଦାକୁ ଆସିଛି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚିଥିଲେ ସ୍ତ୍ରୀ। ସ୍ୱାମୀଙ୍କ କେଳେଙ୍କାରୀ ସମ୍ପର୍କରେ ସୂଚନା ଦେବାପରେ ପୁଲିସ ହୋଟେଲରେ ଚଢାଉ କରିଥିଲେ। ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଥିବାବେଳେ ସେଠାରେ ସ୍ୱାମୀଙ୍କୁ ଧରିଥିଲେ ସ୍ତ୍ରୀ। ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଓ […]
ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଘଟଣ । ରୋଷେଇ ଚାଲିଥିଲା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ନିଆଁ ଲାଗି ଫାଟିଗଲା ଗ୍ୟାସ ଟାଙ୍କି । ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି । ଏୟାରଫିଲ୍ଡ ଥାନାର କର୍ମଚାରୀ ଗ୍ୟାସ ବ୍ୟବହାର କଲାବେଳେ ହଠାତ ସିଲେଣ୍ଡରରେ ନିଆଁ ଲାଗିଥିଲା। ତାହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ଲିଭିନଥିଲା। ଏହାପରେ ଥାନା ଛାତ ଉପରେ ଏହି ସିଲେଣ୍ଡର ବ୍ଲାଷ୍ଟ ହୋଇଥିଲା। ଟାଙ୍କିଟି ଫାଟିବା ପରେ ୧୦୦ ଫୁଟ ଦୂରରେ ଥିବା […]
ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।ତେବେ ବିଧାନସଭାରେ ବିଧାୟକଙ୍କୁ ଦିଗଦର୍ଶନ ନାଁରେ […]
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ରଚନା, ଡିବେଟ, ଚିତ୍ରାଙ୍କନ, ନୃତ୍ୟ, ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ସଂଧ୍ୟାରାଣୀ ପରିଡ଼ା ଡିବେଟ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସେହିପରି ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ […]
ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୬ ଓ ୧୭ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଭାରୀ ବର୍ଷା ନ ହେଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ପାଣିପାଗ ବିଭାଗର ଆକଳନ କହୁଛି, ୧୪ ତାରିଖରେ ଭଦ୍ରକ, […]
ନୀଳଗିରି ଡେପୁଟି କଲେକଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍। ସରକାରୀ ଟଙ୍କା ହଡପ ଅଭିଯୋଗରେ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।ନୀଳଗିରି ବାଳିଗୋହିରୀ ସ୍ଥିତ ଭଡା ଘରେ ଚଢାଉ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର, ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ରହିଛି । ଏକକାଳୀନ ୧୨ଟି ସ୍ଥାନରେ ଜାରି ରହିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି ।ବିଡିଓ ଥିବା ସମୟରେ, ପରୀକ୍ଷିତ […]
ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାଙ୍କ ମଧ୍ୟରୁ ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ |ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ , ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ […]
ଏସ୍ସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁର ଗିରଫ । ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଦୁଇ ପୀଡ଼ିତା ମହିଳା ଏବେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, କଟକ ବଡ଼ଡାକ୍ତରଖାନା ହୃଦ୍ରୋଗ ବିଭାଗକୁ ଗଲା ରବିବାର ଦିନ ପ୍ରାୟ ୧୦ଟା ବେଳେ ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ […]
ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦ ର ୨୦୧୩) ର ଧାରା ୨ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର “ଭାଙ୍ଗ” ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ ଭାଙ୍ଗ ବିକ୍ରି ଓ ବ୍ୟବହାରକୁ ନେଇ ଅବକାରୀ ବିଭାଗ କୌଣସି ସ୍ପଷ୍ଟ […]
ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି।ଆଜିଠୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅଗଷ୍ଟ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୭ରେ ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ରେ ମତଦାନ ଗ୍ରହଣ କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲିପଡିଛି। ବିଧାନସଭାର ସଂଖ୍ୟାଗଣିତକୁ ହିସାବକୁ ନେଲେ ବିଜେପି […]
IPS ୱାଇ.ବି ଖୁରାନିଆ ହୋଇପାରନ୍ତି ଓଡ଼ିଶାର ନୂଆ ଡିଜିପି । IPS ୱାଇ.ବି ଖୁରାନିଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଖବର ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।ଏହି ସାକ୍ଷାତ ପରେ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) ହେବାର ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।ନୂଆ ଡିଜିଙ୍କ ମନୋନୟନ କାର୍ଯ୍ୟ ୟୁପିଏସ୍ସି ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ୬ଜଣ ବରିଷ୍ଠ ଅଧିକାରୀଙ୍କ ନାମ […]
କେବେ ସ୍ୱାଭାବିକ ହେବ ଆଳୁ ଦର। ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସାଧାରଣ ଖାଉଟି। ତେବେ ଏହା ଭିତରେ ଆସିଛି ଖୁସି ଖବର, ଓଡ଼ିଶାରେ ପହଞ୍ଚିଲା ୪ ରାଜ୍ୟର ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ଜଳନ୍ଧର ଓ ବିହାର ପୁରୁଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍ । ଉତ୍ତର ପ୍ରଦେଶ ସହିତ ପଞ୍ଜାବ ଓ ବିହାର ଆଳୁ ମାର୍କେଟରେ […]
