Sambalpur Uiversityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ […]
ରାଜ୍ୟରେ ପୂର୍ବ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ ନକରି ଓଡ଼ିଶା ସରକାର ନଅଟି ନୂତନ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଏହା କହିଛନ୍ତି।ତାଙ୍କ ସୂଚନା ମୁତାବକ, କୌଣସି ଯୋଜନା ବନ୍ଦ ହେବା ନେଇ ପ୍ରସ୍ତାବ ଆସିନି । କେତେ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏବେ ସୁଦ୍ଧା 9ଟି ନୂଆ ଯୋଜନା ପ୍ରଣୟନ କରିଛନ୍ତି ନୂଆ ସରକାର । ଗୋଦାବରୀଶ […]
ଓଡ଼ିଶାର ଦୁଇଟି ଜିଲାରେ ସୁନା ଖଣି ମିଳିଛି, ଯେଉଁଥିରୁ ଗୋଟିଏ ବ୍ଲକ କେନ୍ଦ୍ର ଦ୍ୱାରା ନିଲାମ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି ନାହିଁ ବୋଲି ବିଧାନସଭା ପ୍ରଶ୍ନ କାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅଶ୍ୱିନୀ କୁମାର […]
ହୀରାକୁଦ୍କୁ ନେଇ ତୁ ତୁ ମେଁ ମେଁ । ହୀରାକୁଦରେ ଅଳ୍ପ କିଛି ଫାଟ ସରକାରଙ୍କ ନଜରକୁ ଆସିଛି । ଫାଟ ଗୁଡିକ କଂକ୍ରିଟର ଉପରିସ୍ଥ ଭାଗରେ ରହିଛି । ଏହି ଫାଟ ଗୁଡ଼ିକ ଡେଡ୍ ଓ ଇନ୍ ଅକ୍ଟିଭ ଥିବା ଉତ୍ତରରେ କହିଛନ୍ତି ମୋହନ ମାଝୀ । ସିଏସ୍ଏମଆରଏସ୍ ସଂସ୍ଥା ଏହି ଫାଟର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । ଫାଟ ଗୁଡିକର ମରାମତି ପାଇଁ ସର୍ଭେ କରାଯିବ। ଏଥିପାଇଁ କ୍ୟାବିନେଟ ସ୍ବୀକୃତି ମିଳିଛି […]
ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଏନେଇ ଖୁବଶୀଘ୍ର କାମ ହେବ । ଅନ୍ୟପକ୍ଷେ ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ […]
ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର […]
ସ୍ପାଇଡର ସତୀଶକୁ ନେଇ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର […]
ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଅଘଟଣ । ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ ।ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା । ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର […]
ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି […]
ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର ଟଙ୍କା । ଏହାସହ ଠାକୁରଙ୍କର ୧୫ ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନାଇଟ ୱାଚାର ଠାରୁ ମିଳିଥିବା ସୂଚନା ଅନୁସାରେ ରାତି ସାଢ଼େ ୨ଟା ବେଳେ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ୨ ରୁ […]
ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ […]
ରିମାଣ୍ଡରେ ବାହାରିବ ସତ । କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍ ମୋବାଇଲରେ ରଖିଥିଲେ। […]
