ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥିମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ […]
ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ସରକାର , ଏବେ ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା , ଏହି ମେଳା ରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି |୨୨ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳାରେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା […]
ଦୁର୍ଘଟଣା ପରେ ସାଇକେଲ ଆରୋହୀଙ୍କ କଟା ହାତ ନେଇ ପଳାଇଲା ପିକ୍ଅପ୍ ଡ୍ରାଇଭର । ଗୁରୁତର ସାଇକେଲ ଆରୋହୀ ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଡାକ୍ତରଖାନା ପଠାଇଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ନିକଟରେ ।ସୂଚନା ଅନୁସାରେ ଜଳେଶ୍ବର ଥାନା ଗୁରୁଦାସପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତି ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା […]
ଏଣିକି ଓଡିଶା ସରକାର କର୍ମଚାରୀମାନେ କୌଣସି ମୂଲ୍ୟବାନ ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କୁ ସୂଚନା ଦେବେ। ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର ରିପୋର୍ଟ କରିବାକୁ କହିଛନ୍ତି।ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍ -୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । “ତେଣୁ, ଆପଣଙ୍କୁ […]
ଗୁରୁବାର ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବର୍ଧବାନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ତେବେ ଗାଙ୍ଗୁଲିଙ୍କୁ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ […]
ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ଭାଷା ଆମ ସଂସ୍କୃତିର ରକ୍ଷକ । ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା […]
ପୁରୀ ତାଳବଣିଆ ପୋଲିସକୁ ବଡ଼ ସଫଳତା । ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଦେହ ବ୍ୟବସାୟ ଗ୍ୟାଙ୍ଗକୁ ଧରିଲା ପୋଲିସ ।କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କଲା ପୋଲିସ।ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲା । ନାବାଳିକା ନିଖୋଜ ନେଇ ଜାନୁଆରୀ ୧୮ତାରିଖରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମା । […]
ଶ୍ରୀମନ୍ଦିରରେ ଗୁରୁବାର ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ପାଖରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଲାଗି କରାଯାଇଛି। ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ ଲାଗି ହୋଇଛି। ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତାମାନେ ସେବନ କରିଥିଲେ।ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ […]
ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ଏସଵିଆଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ଦୁଇ ବ୍ୟାଙ୍କ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ସୂଚନା ଅନୁସାରେ ଆଜି ସକାଳୁ ବ୍ୟାଙ୍କ୍ ଖୋଲିବାର କିଛି ସମୟ ପରେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ବ୍ୟାଙ୍କକୁ ପହଞ୍ଚିଥିଲେ । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିବା […]
KIIT ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍ ରୁମ୍ର […]
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ ଥିବା ଏକ ବନ୍ଦ କୋଠରୀରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ। ସୂଚନା ଅନୁସାରେ ପ୍ରଭାତୀ ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ନିଜ ପୁଅ, ଝିଅ ଓ ଶ୍ୱଶୁର ଓ ଜଣେ ଦିବ୍ୟାଙ୍ଗ ଦିଅରଙ୍କ ସହ ଘରେ ଶୋଇଥିଲେ । ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା […]
ଶୁକ୍ରବାରଠାରୁ ୫.୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେବେ। ବୋର୍ଡର ସୂତ୍ରରୁ ଜଣାପଡ଼ିଛି ଯେ, ସାରା ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତାକାଲି ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ ଓ ଛାତ୍ରଛାତ୍ରୀ ୭ଟା ୩୦ ମିନିଟରେ କେନ୍ଦ୍ରକୁ ପ୍ରବେଶ କରିବେ। ଆଜି ଚୂଡ଼ାନ୍ତ ପ୍ରସ୍ତୁତି ପରଖିବା ପାଇଁ ବୋର୍ଡ ପକ୍ଷରୁ ୬୦୦ କେନ୍ଦ୍ରର […]
