ଘୁର୍ଣ୍ଣିବଳୟ ସକ୍ରିୟ: ଆହୁରି ୨ଦିନ ବର୍ଷା

ପଶ୍ଚିମ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଗୁରୁବାର ନୟାଗଡ଼ରେ ସର୍ବାଧିକ ୪୯.୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୪୫.୨ ମି.ମି., ତାଳଚେର ୩୫.୦ ମି.ମି., ବାରିପଦା ୩୦.୨ ମିିମି ଏମଂ ନବରଙ୍ଗପୁରରେ ୧୬.୪ ମିମି ବର୍ଷା ହୋଇଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ […]

୧୨ରୁ +୨ ସ୍ପଟ୍‌ ନାମଲେଖା ପାଇଁ ଆବେଦନ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା ୧୦ ତାରିଖରେ ଶେଷ ହେବ। ନାମଲେଖା ସରିବା ପରେ ସ୍ପଟ୍‌(ତତ୍କାଳ) ନାମଲେଖା ଅନୁଷ୍ଠିତ ହେବ। ବୁଧବାର ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲ୍‌ (ଯୁକ୍ତ ଦୁଇ କଲେଜ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଆସନ୍ତା ୧୨ ତାରିଖରେ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ତାରିଖ ସକାଳ ୧୧ଟାରୁ ଚଏସ୍‌ ଲକିଂ ପାଇଁ ଛାତ୍ରଛାତ୍ରୀମାନେ ଲଗ୍‌ଇନ୍‌ […]

ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌; ଫୁଲୁଛି ମହାନଦୀ

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ ଗେଟ୍। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୯ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୫ଟି ଗେଟ୍ ଖୋଲା ରହିଛି। ଜଳ ଭଣ୍ଡାରରୁ ଗେଟ ଖୋଲିବା ପରେ ମହାନଦୀରେ ବଢିଛି ଜଳସ୍ତର। କଟକର ମୁଣ୍ଡଳୀଠାରେ ୫.୭୮ ଲକ୍ଷ୍ୟ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର […]

ଆଜିର ରାଶିଫଳ(୯ ଅଗଷ୍ଟ,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*  ମିଥୁନ: […]

ମହାକାଶକୁ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ

ଆସନ୍ତା ସ୍ୱାଧୀନତା ଦିବସରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଏସଏସଏଲଭି ଜରିଆରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରିବ। ମହାକାଶକୁ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରି ଇସ୍ରୋ ସ୍ୱାଧୀନତା ଦିବସ ପାଳନ କରିବ।ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ସ୍ପେସ ସେଣ୍ଟରରୁ ଏହି ଉତ୍‌କ୍ଷେପଣ ହେବ। ୧୭୫.୫ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ପରିବେଶ ମନିଟରିଂ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଷୟିକ ପ୍ରଦର୍ଶନ ପାଇଁ ବ୍ୟବହୃତ ହୁଏ। ଏହି ଫଟୋଗୁଡ଼ିକ ବିପର୍ଯ୍ୟୟ ବିଷୟରେ ସୂଚନା ପ୍ରଦାନ କରିବ। ଜଙ୍ଗଲ […]

ତାନ୍ତ୍ରିକ ନିଖୋଜ:ହନୁମାନ ପଇସା ଯୋଗୁଁ ଅପହରଣ।!

ହନୁମାନ ପଇସା କାରବାରରୁ ଅପହରଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ତାନ୍ତ୍ରିକ ଗଦାଧର ନିଖୋଜକୁ ୨୪ ଘଣ୍ଟା ପୂରିଲା। ନିଖୋଜ ଗଦାଧର ନିଶଙ୍କ ପତ୍ତା ମିଳୁନଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।ଗଦାଧର ଜଣେ ତାନ୍ତ୍ରିକ ହୋଇଥିବାରୁ ନିଖୋଜ ପଛରେ ହନୁମାନ ପଇସା ନଚେତ ଟଙ୍କା କାରବାର ପ୍ରମୁଖ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଶିଳ୍ପାଞ୍ଚଳ ପୁଲିସ ବାଇକ, ହେଲ୍ମେଟ, ମନିପର୍ସ, ମୋବାଇଲ ଖୋଳ, ହଳେ ଚପଲ ଜବତ କରିଛି।ରବିବାର ଖୋର୍ଦ୍ଧା […]

୮ ଫୁଟିଆ ଅଜଗର ମାଛଜାଲରେ ଧରା ପଡିଲା

କଟକ ଜିଲ୍ଲା ତିଗିରିଆ ବ୍ଲକ୍ କଣ୍ଠିପୁର ଗ୍ରାମର ଏକ ନାଳରେ ଜାଲରେ କିଛି ଲୋକ ମାଛ ଧରୁଥିବା ସମୟରେ ଗୋଟିଏ ଅଜଗର ସାପ ମାଛଜାଲରେ ପଡିଯାଇଥିଲା। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ ।ସେ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ୪ ବର୍ଷ ହୋଇଥିବା ବେଳେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ […]

ମେଡିକାଲ ଓ୍ୱାର୍ଡରେ ସାପ: ସମ୍ପର୍କୀୟଙ୍କୁ କାମୁଡିଲା, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର ମେଡିକାଲରେ ଅଘଟଣ । ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମରେ ବିଳମ୍ବିତ ରାତିରେ ଯୁବକଙ୍କୁ କାମୁଡିଦେଲା ବିଷଧର ସାପ । ଉପଖଣ୍ଡର ମୁଖ୍ୟ ମେଡ଼ିକାଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇ ବୋଲି ଜଣାପଡ଼ିଛି ।ତାଙ୍କ ବଡ଼ ମା’ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ସେ ମେଡିକାଲରେ ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମାଆଙ୍କ ଓ୍ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା […]

ରିମାଣ୍ଡରେ ଖୋଲିଲା ମଜନୁ ସତ୍ୟଜିତ ସମ୍ପର୍କରେ ଥିଲେ ଜଣେ ରହସ୍ୟମୟୀ ମହିଳା

କମିସନରେଟ ପୁଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଛି। ଆଉ ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ପାଇଛି । ସତ୍ୟଜିତ୍‌ ସମ୍ପର୍କ ରଖିଥିବା ବାହାର ରାଜ୍ୟର ମହିଳାଙ୍କୁ ଏହି ଟିମ୍‌ ଭେଟିବ। ପୀଡ଼ିତାଙ୍କ ସହ ଆଲୋଚନା କରି ଓଡ଼ିଶା ପୋଲିସ ଅଭିଯୋଗ ଗ୍ରହଣ କରିବ। କୋଲକାତା ଓ ରାୟପୁରରେ ଏକାଧିକ ଡିଭୋର୍ସିଙ୍କ ସହ ସମ୍ପର୍କ ଥିଲା। ସତ୍ୟଜିତ୍‌ ଗିରଫ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ଜଣେ […]

ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସଶକ୍ତିକରଣ ଆଲୋଚନା ଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯଅତିଥି ଭାବେ ପରିଷଦର ପୂର୍ବ କ୍ଷେତ୍ରଅଧ୍ୟକ୍ଷା  ସୁମନ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ। ଘର ପରିବାର […]

ଜ୍ୟୋତିରଂଜନ ହେଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ […]

ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା

ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଖାସ୍‌ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ […]