ଏବେ ଚାଲିଛି ବାହାଘର ସିଜିନ୍। ଆଉ ଏହି ବାହାଘରରେ କାହାକୁ ଫାଇଦା ହେଉ କି ନ ହେଉ ଲୁଟେରା ମାନଙ୍କୁ ବେଶ ଫାଇଦା ହେଉଛି। ତେବେ କ୍ୟାମେରା ମ୍ୟାନ ହୋଇ ବରପକ୍ଷରୁ ଆସିଲେ । ଆଉ ବରଯାତ୍ରୀ ପହଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଉଦଳା ଥାନା ବୈରାଟପୁର ଗାଁରେ ଘଟିଛି । ଗାଁର ସୁଶୀଲ ମିଶ୍ରଙ୍କ […]
ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ପ୍ରସନ୍ନ କହିଛନ୍ତି, ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏପରି ନ କରିବାକୁ ସେ ଅପିଲ କରିଛନ୍ତି।ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି […]
ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କମିନି ବାଲ୍ୟ ବିବାହର ପ୍ରଥା । ଗତ ୬ ବର୍ଷ ଭିତରେ ରାଜ୍ୟରେ ୮ ହଜାର ୧୫୯ ଟି ବାଲ୍ୟ ବିବାହ ହୋଇଛି । ୧୩୪୭ ଟି ଅର୍ଥାତ ସର୍ବାଧିକ ବାଲ୍ୟ ବିବାହ ନବରଙ୍ଗପୁରରେ ହୋଇଛି । ଦ୍ୱିତୀୟରେ ଗଞ୍ଜାମରେ ୯୬୬ ବାଲ୍ୟ ବିବାହ। ୬୩୬ ଜଣ ବାଲ୍ୟ ବିବାହ କରିଛନ୍ତି କୋରାପୁଟରେ। ଏହା ତୃତୀୟ ସ୍ଥାନରେ ଅଛି। ଏଥିସହ ୬ ବର୍ଷରେ ଉଦ୍ଧାର ହୋଇଛନ୍ତି ୩୨୮ ଜଣ ଶିଶୁ ଶ୍ରମିକ। […]
ରାଜ୍ୟର ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ । ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ସେହିପରି ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ପାଚେରୀ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି । […]
ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।ବର୍ତ୍ତମାନ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଚାଲୁ ରହିଛି, ଏହା ସରିବା ପରେ ଗଣତି ମଣତି ଆରମ୍ଭ ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । ଆଉ ଏଥିର ପୁଣି ଥରେ ଗଣତିମଣତି […]
ସାଧୁ ବାବା ବେଶରେ ରିଷ୍ଟ ଖଣ୍ଡନ କହି ଲୁଟୁଥିଲେ ସୁନା ଗହଣା । ଝାରସୁଗୁଡ଼ା ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ । ସୂଚନାନୁସାରେ ଗତ ୧୨ ତାରିଖ ଅପରାହ୍ନ ପ୍ରାୟ ୫ ଟା ସମୟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ଅଜ୍ଞାତ ଅପରାଧୀ ସରବାହଲ ନିବାସୀ ନିରୁପାମା ନାୟକଙ୍କ ସୁନା ଅଳଙ୍କାର, ମୋବାଇଲ୍ ଫୋନ୍ ଇତ୍ୟାଦି ଛଡାଇ ନେଇଥିଲେ ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ସମାନ ଭାବେ ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର […]
ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ହୋଇଛି । ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ […]
ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ ।ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ […]
ନୟାଗଡ଼ ମାଓ ହମଲାକୁ ପୂରିଲା ୧୭ ବର୍ଷ । ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଛି I ୨୦୦୮ ମସିହା ଫେବୁୟାରୀ ମାସ ୧୫ ତାରିଖ ରାତିପ୍ରାୟ ୧୦ ଟା ସମୟରେ ନୟାଗଡ ସହର ଜନଶୂନ୍ୟ ହେଇଥିଲା I ୧୭ ବର୍ଷ ତଳେ ଆଜିର ଦିନରେ ନୟାଗଡ଼ରେ ତାଣ୍ଡବ ରଚିଥିଲେ ସଶସ୍ତ୍ର ମାଓବାଦୀ । ନୟାଗଡ଼ ଜିଲ୍ଲା ମୁଖ୍ୟାଳୟର ଅସ୍ତ୍ରାଗାର ସମେତ ନୂଆଗାଁ, ଦଶପଲ୍ଲା ଓ ମହିପୁର ଫାଣ୍ତିକୁ ଘେରାବନ୍ଦୀ କରି ତାଣ୍ଡବଲୀଳା ରଚିଥିଲେ ସଶସ୍ତ୍ର […]
ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଓ ଗତ ବର୍ଷ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ବ୍ୟାପକ ପ୍ରସ୍ତୁତି […]
ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ କରାଯାଇଥାଏ। ତେବେ ଗତ ସନ୍ଧ୍ୟାରେ ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯାଇଥିବା ବେଳେ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ।ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି, କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା […]
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼ । ରୋଷେୟା ଲଳିତଙ୍କ ବାପା ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ ଲଳିତଙ୍କ ବାପା ବେଲାଲସେନ ସାହୁ । ଏନେଇ ପ୍ରତିକ୍ରିୟା ରଖିଲେ ଆଇ.ଜି. ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସ.ପି. ।ପୂର୍ବରୁ, ଲଳିତଙ୍କ ବାପା ବେଲାଲସେନ ସାହୁ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଏକ ଚିଠି ଲେଖିଥିଲେ ଏବଂ ମାମଲାର ପୁନଃ ତଦନ୍ତ ପାଇଁ ଅନୁରୋଧ […]
