ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଲା ପୁଲିସ

ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ। ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି […]

ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା । ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ

ବହୁ ଚର୍ଚ୍ଚିତ ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଭୁବନେଶ଼୍ବର ଲିଙ୍କ୍‌ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ଗିରଫ ପରେ ଅଭିଯୁକ୍ତ ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ବି ନେଇଛି ସିବିଆଇ । ଖବର ଅନୁଯାୟୀ, ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସିବିଆଇ ଛାନ୍‌ଭିନ୍‌ ଜାରି ରଖିଛି । ଏହିକ୍ରମରେ ଶନିବାର ଦିନ ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ବ୍ୟକ୍ତି […]

ଜାତୀୟ କୃମି ନାଶକ ଦିବସ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ନେଲେ ତାଲିମ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ସି ଏଚ୍ ସି ମହିପୁର ଦ୍ଵାରା ଜାତୀୟ କୃମି ନାଶକ ଦିବସ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଆୟୁଷ ଡାକ୍ତର ରଶ୍ମିରଞ୍ଜନ ସାମନ୍ତ ସିଂହାର ,ବି ପି ଏମ ଡାଏନା ରାଣୀ ଦାଶ ଉପସ୍ଥିତ ରହି କୃମି […]

ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦

ଆଳୁ ଗଦିରେ ଆଳୁ ସଙ୍କଟ, ପୁଣି ବଢିପାରେ ଆଳୁଦର। ଭୁବନେଶ୍ବର ଆଇଗିଣିଆ ଗଦିରେ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଟ୍ରକ।ଆନନ୍ଦପୁର ଆଳୁ ଗୋଦାମ ମାଲିକମାନେ ନିର୍ଭର କରିଥାନ୍ତି ଭଦ୍ରକ ଓ ଯାଜପୁରର ହୋଲସେଲ ଗୋଦାମ ଉପରେ । ତେବେ ଭଦ୍ରକ ଓ ଯାଜପୁର ଗୋଦାମରେ ଆଳୁ ନଥିବା ଆନନ୍ଦପୁରକୁ ଆଳୁ ଆସିପାରୁନଥିବା କହିଛନ୍ତି ଗୋଦାମ ମାଲିକ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ […]

OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ ଗିରଫ

କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ଭୁବନେଶ୍ବର ଓ ଭଦ୍ରକରୁ ୩ ମହଲା କୋଠା ଠାବ ହୋଇଥିଲା। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍‌ଆଣ୍ଡବି […]

ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନରେ ଅନେକ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁନି । ଏବେବି ଅନେକ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇଥିବା କିମ୍ବା ଅନ୍ୟ କେଉଁଠି ଥିବା ନିଖୋଜଙ୍କର ସନ୍ଧାନୀ କୁକୁର ଷ୍ଟର୍ମ ସନ୍ଧାନ ଦେବା ଆଶା କରାଯାଉଛି । […]

ନୂଆ କମିଟି ଗଠନ କଲା ବିଜେଡି

ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମର ନାମ ଘୋଷଣା କରାଯାଇଛି। କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ପ୍ରତାପ କେଶରୀ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ ପାତ୍ର, ପ୍ରତାପ ଜେନା, ଶରଦ ପ୍ରସାଦ ନାୟକ, ସୁଦାମ […]

୭ରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ସମେତ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। […]

ହୀରାକୁଦର ୧୪ ଫାଟକ ଦେଇ ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୧୦ ଫୁଟ୍‌ରୁ ଅଧିକ ରହିଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୪ ହଜାରରୁ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ମୁଖ୍ୟବନ୍ଧରୁ ୨,୦୭,୯୫୬ କ୍ୟୁସେକ, ପାୱାର କେନାଲରେ ୩୫,୨୧୯ କ୍ୟୁସେକ, ଶିଳ୍ପ ବ୍ୟବହାର ପାଇଁ ୨୭୫ କ୍ୟୁସେକ ଏବଂ କେନାଲରେ ୩୪୬୮ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି। ଖଇରମାଲ ଗଜ୍ ଷ୍ଟେସନରେ ୩,୪୫,୦୦୦ କ୍ୟୁସେକ୍ ଜଳ […]

ନବୀନଙ୍କ ଖାସ୍‌ ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଥିବା ଡା. ପ୍ରଦୀପ କୁମାର ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବହୁଚର୍ଚ୍ଚିତ ଓଏଏସ୍‌ ଲାଲା ମନୋଜ କୁମାର ରାୟଙ୍କୁ […]

ଆଜିର ରାଶିଫଳ(୬ ଅଗଷ୍ଟ,୨୦୨୪)

ମେଷ: ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ* *ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]

ଦ୍ଵିତୀୟ ଜିଲ୍ଲା ସ୍ତରୀୟ ଅକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ_ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨ୟ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଡି.ଏସ.ଏସ ନୟାଗଡ଼ ଶରତ କୁମାର ସାହୁ ପ୍ରମୁଖ ଅତିଥିମାନେ ଉପସ୍ଥିତ ରହିଥିଲେ।ନାୟାଗଡ଼ ଜିଲ୍ଲା ରୁ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ସ୍ଟଲ ନେଇ ଉପସ୍ଥିତ […]