OCA ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ଏହି ବ୍ୟକ୍ତି

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି […]

ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ – RBI

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ (ନୂଆ) ସିରିଜର ୫୦ ଟଙ୍କିଆ ନୋଟ୍ ସହ ଏହି ନୋଟ୍ ଗୁଡ଼ିକର ଡିଜାଇନ୍ ସବୁ ଦୃଷ୍ଟିରୁ ସମାନ।ପୂର୍ବରୁ ଜାରି ହୋଇଥିବା ମହାତ୍ମା […]

ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି….

ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ କିଡ୍‌ନୀ ସୁସ୍ଥ ଥିବାବେଳେ ନିମୋନିଆର ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ଆଉ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ସମେତ କୋଟି କୋଟି ପ୍ରଶଂସକ। ସେଥିପାଇଁ ତ ତାଙ୍କ ଶୁଭ ମନାସି ଜାଳିଛନ୍ତି ୧୦୮ ଦୀପ। କିପରି ଉତ୍ତମ ଶୀଘ୍ର ଭଲ ହୋଇ ଘରକୁ ଫେରିବେ […]

ଶିକ୍ଷିତ ପତ୍ନୀ ରୋଜଗାର ନ କରି ଭରଣପୋଷଣ ଦାବି କରିପାରିବେ ନାହିଁ

ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବା ପାଇଁ ବେରୋଜଗାର ରହିପାରିବେ ନାହିଁ।ଏକ ମାମଲାର ଶୁଣାଣି କରି, ହାଇକୋର୍ଟ ଏକ ଛାଡପତ୍ର ମାମଲାରେ ପରିବାର କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ଭରଣପୋଷଣ ପରିମାଣକୁ ପ୍ରତିମାସ ୮,୦୦୦ ଟଙ୍କାରୁ ହ୍ରାସ କରି ୫,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି।ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ମାମଲାରେ ରାୟ ଶୁଣାଣି ବେଳେ କହିଥିଲେ ଯେ, […]

ଫେବୃଆରୀରୁ ବଢିଲାଣି ଖରା । ୩୭ ଡିଗ୍ରୀ ଛୁଇଁଲା ତାତି ।

ଫେବୃଆରୀରୁ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି […]

ଭିଜିଲାନ୍ସ ପଞ୍ଝାରେ ଜିଆର୍‌ଏସ୍‌

ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌ । ଯେଉଁଥିରେ ତାଙ୍କ ବାସଭବନ ଏବଂ ଅଫିସ ଆଦି ସ୍ଥାନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ । […]

ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା: ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବୁର୍ଲା ଭୀମସାରରେ ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଆନ୍ଧାରରେ ଦିଆଗଲା କେମୋ । ୩ ଘଣ୍ଟା ଧରି ହୋଇଥିଲା ବିଦ୍ୟୁତ କାଟ୍ । ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବିଦ୍ୟୁତ କାଟ୍ ପରେ ଜେନେରେଟର ବି ଚାଲିନଥିଲା […]

ଆଜିଠୁ ବଜେଟ ଅଧିବେଶନ । ମୁହାଁମୁହିଁ ହେବେ ଶାସକ-ବିରୋଧୀ ।

ଆଜିଠୁ ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ। ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହେବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ। ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ଜରିଆରେ ନଜର ରଖାଯିବ।ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ […]

ଜିଲ୍ଲା ଆଇସେବା ପ୍ରାଧିକରଣ ତରଫରୁ ସଡ଼କ ସୁରକ୍ଷା ଉପରେ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନେତୃତ୍ବରେ ଡିଆର୍‌ଡିଏ ନୟାଗଡ଼ର ସୃଜନସମ୍ମିଳନୀ କକ୍ଷରେ ଶତାଧିକ ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନଙ୍କୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ଵାଗତ ଭାଷଣ ଦେଇଥ‌ିବା ବେଳେ ଏହି ଶିବିରକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । […]

ପଣ୍ଡିତ ଦିନଦୟାଲ ଉପାଥାୟ ଙ୍କ ପୁଣ୍ୟ ତିଥି ପାଳନ

ରାୟଗଡ ଜିଲ୍ଲା ରାମନାଗୁଡ଼ା ମଣ୍ଡଳ ରେ ପଣ୍ଡିତ ଦିନଦୟାଲ ଙ୍କ ପୁଣ୍ୟ ତିଥି ରେ ଆଜି ରାମନାଗୁଡ଼ା କଲ୍ୟାଣ ମଣ୍ଡପ ଠାରେ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସର ରେ ରାମନାଗୁଡ଼ା ମଣ୍ଡଳ ସଭାପତି ଚିନକାଣ୍ଡଗ୍ରୀ ମଣ୍ଡଳ ଅଧୀନ ପ୍ରାୟ ସମସ୍ତ ଶକ୍ତି କେନ୍ଦ୍ର ର ସଭାପତି ମାନଙ୍କୁ ଏକତ୍ରିତ କରିଥିଲେ. ଉକ୍ତ କାଯ୍ୟକ୍ରମ ରେ ରାୟଗଡ ରୁ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଗୁଣପୁର ପ୍ରଭାରୀ ଶ୍ରୀ ଶିବାଜୀ ଦାଶ ମୁଖ୍ୟ ବକ୍ତା […]

ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ତଳ ମୁହାଁ ହେବ ପାରଦ

ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ ବୋଲି ପୂର୍ବାନୁମାନ […]

କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେବିନାହିଁ :ଭକ୍ତ ଦାସ

ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ।ଯଦି ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସେ, ତାହେଲେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ । କେବଳ ଦଳ ପାଇଁ କାମ କରିବେ । ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଗୁରୁତ୍ବ ଦିଆଯିବ । ସୂଚନାଯୋଗ୍ୟ, କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ […]