ମହାଶିବରାତ୍ରୀ ନେଇ ଏକ ପ୍ରସ୍ତୁତି ବୈଠକ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦୀପ ଉଠିବ। ଫେବୃଆରୀ ୨୬ରେ ମହାଶିବରାତ୍ରୀ ପଡୁଛି। ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ପୂର୍ବରୁ […]
ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ। ମାଧ ସିଂ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ୧୦୦ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣିହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ । ରାଣୀହାଟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ […]
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଆହୁରି ମଧ୍ୟ, ଏହି ଯୋଜନାରେ […]
ରୟାଗଡ଼:-ତା. ୧୧/୦୨-ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ତା ୧୧.୦୨.୨୦୨୫ ରିଖରେ ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏହି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଛନ୍ତି | ଏହା ଚଳିତ ମାସସାରା ଜିଲ୍ଲାର କୋଣ ଅନୁକୋଣ ପରିଭ୍ରମଣ କରି ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କୁ ଦିଆଯାଉଥିବା […]
ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁସାନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । […]
କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍ ସମୟରେ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଘଟଣା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।ସେ ପ୍ରତିବର୍ଷ ଐତିହାସିକ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆବଣ୍ଟନ କରିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)କୁ ଅନୁରୋଧ କରିବେ। କଟକ ବାରବାଟୀ ଷ୍ଟାଡିୟମରେ ଥିବା ଛଅଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ […]
ଶେଷ ହେଲା ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି । ତେବେ ପିସିସି ସଭାପତି ହେବା ପରେଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ହାଟଦ୍ୱାର ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ପ୍ରଧାନ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁକାନ୍ତି ରାଉତ ଏବଂ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କମିଟିର ସଭାପତି ଅର୍ଜୁନ ନାହାକ, ଓ୍ଵାର୍ଡମେମ୍ବର ସନ୍ତୋଷ ନାହାକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁଲତା ନାହାକ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତବଲ୍ଲଭ […]
ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । […]
ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା […]
ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ (ମେଥଡ୍ ଅଫ୍ ରିକ୍ୟୁଟ୍ମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍ମିନ୍ଷ୍ଟ୍ରେଟିଭ୍ ଗ୍ରେଡ୍( […]
ରାସନ୍କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଆଉ ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । […]
