ଓଡ଼ିଶାରେ କ୍ୟାଡେଟ୍‍ ସଂଖ୍ୟା ୬୦ ହଜାରରୁ ୯୦ ହଜାରକୁ ବୃଦ୍ଧି ପାଇବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।ବର୍ତ୍ତମାନ ଓଡ଼ିଶାରେ ଏନସିସି କ୍ୟାଡେଟ ସଂଖ୍ୟା ୬୦ ହଜାର ରହିଛି। ଯାହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନସିସି ଶାଖା ପ୍ରତିଷ୍ଠା କରାଯିବ।କଟକ ଓ […]

ଆସନ୍ତାକାଲି ଭୁବନେଶ୍ୱରରେ ହେବ ମହିଳା ଜନଶୁଣାଣି କାର୍ଯ୍ୟକ୍ରମ

ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି । ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ […]

 ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କଲେ ପ୍ରଦୀପ ପୁରୋହିତ

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବରଗଡ ଏମପି ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କରିଛନ୍ତି । ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଥିବା ଜଣାପଡିଛି ।ଓଡ଼ିଶାର ପଶ୍ଚିମାଞ୍ଚଳର ୧୧ଟି ଜିଲାର ଲୋକଙ୍କ ସମ୍ବଲପୁରୀ-କୋଶଲି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ୟାକରଣ ଥିବାରୁ ସମ୍ବଲପୁରୀ – କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା […]

ପ୍ରେମିକାଙ୍କୁ ବାହାହେବାକୁ ଜିଦ୍‌ ଧରି ବାପାଙ୍କ ଜୀବନ ନେଲା ପୁଅ

କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍‌ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବଳକ ବିକାଶ ଜଣେ ଝିଅକୁ ଭଲ ପାଉଥିଲେ। ତାଙ୍କୁ ବିବାହ କରିବାକୁ ଘରେ ଜିଦ୍‌ କରୁଥିଲେ। ମାତ୍ର ଘରେ ବିକାଶଙ୍କ ଜଣେ ଭଉଣୀ ଓ ଭାଇ ରହିଥିବାରୁ ଘରଲୋକ ତାଙ୍କୁ କାମଧନ୍ଦା କରି ନିଜ ଗୋଡ଼ରେ ଛିଡ଼ା ହେବାକୁ କହୁଥିଲେ। ଏହି ଘଟଣାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ସବୁବେଳେ […]

ଷ୍ଟାଣ୍ଡିଙ୍ଗ୍ କମିଟିର କାରାଗାର ପରିଦର୍ଶନ ସହିତ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନେତୃତ୍ବରେ ଷ୍ଟାଣ୍ଡିଂ କମିଟିର ନୟାଗଡ଼ ଖୁଣ୍ଟୁବନ୍ଧଠାରେ ଅବସ୍ଥାପିତ ଜିଲ୍ଲା କାରାଗାର ପରିଦର୍ଶନ ସହ କାରାଗାର ଅନ୍ତେବାସୀଙ୍କୁ ନେଇ ଦାଦନ ଶ୍ରମିକ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଷ୍ଟାଣ୍ଡିଂ କମିଟି ଜିଲ୍ଲା କାରଗାରର ସ୍ଵଚ୍ଛତା ଏବଂ କାରାଗାର ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହିତ ଜାତିପ୍ରଥା ବିଷୟରେ ଅନ୍ତେବାସୀମାନଙ୍କୁ ବୁଝାଇଥିଲେ। ଷ୍ଟାଣ୍ଡିଂ କମିଟି ସଭ୍ୟ ନୟାଗଡ଼ […]

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ / ଚନ୍ଦ୍ରପୁର ୧0/0୨/୨୦୨୫-ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, , ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଲାଲ […]

ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ।

ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୫ ଲକ୍ଷ ୧୦ ହଜାର […]

ଭଡ଼ାରେ ଯାଉଥିଲା ବାରବାଟୀ ଜେନେରେଟର

ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର।ବାରବାଟୀ ବିଭ୍ରାଟ ପାଇଁ ଏବେ ସେଠାରେ ଠିଆ ହୋଇଥିବା ବସ୍ କର୍ମଚାରୀଙ୍କୁ ଦାୟୀ କରାଯାଉଥିବା ବେଳେ ବସ୍ କର୍ମଚାରୀ ଏହାକୁ ଖଣ୍ଡନ କରିଛନ୍ତି। ବସ କର୍ମଚାରୀ ଖେଳ ଦେଖିବାକୁ ଯାଇନଥିଲେ, ୱେଟିଂ ରୁମରେ ବସିଥିଲେ, ଘଟଣା ଘଟିବା ପରେ ଖବର ପାଇ ଦୁଇ ମିନିଟରେ ପହଞ୍ଚିଥିଲୁ। ଗାଡି ସାଇଡ୍ କରିଥିଲୁ। ଖେଳାଳି ବସରୁ ବାହାରି […]

ସାବଧାନ! ଆଜିଠୁ ଟ୍ରାଫିକ୍ ଧରପକଡ ।

ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । ହେଲମେଟ୍ ପିନ୍ଧିନଥିଲେ, ଗାଡିର କାଗଜପତ୍ର ଠିକ୍ ନଥିଲେ, ଗାଡିର ଇନ୍ସୁରାନ୍ସ ନଥିଲେ କିମ୍ବା ମଦ ମିଇ ଟ୍ରାଫିକରେ ଧରାପଡିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । କେବଳ ଏତିକି ନୁହେଁ ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବାର ଧରାପଡିଲେ ମଧ୍ୟ ଲାଗିବ ମୋଟା ଅଙ୍କର ଫାଇନ୍ । ରାଜଧାନୀ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ହେବ କଡାକଡି ଚେକିଂ । କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ […]

୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ଟ୍ୟୁବୱେଲ୍

ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି […]

ଆସିଲା ବଡ଼ ସୂଚନା, କେମିତି ଅଛନ୍ତି ଅଭିନେତା ଉତ୍ତମ ମହାନ୍ତି

ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଆଶା କରାଯାଉଛି ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ। ଆଉ ଅଧା ରହିଯାଇଥିବା ଫୁଲ୍ମ ସୁଟିଂକୁ ପୁରା କରିବେ।କିନ୍ତୁ ଏଥର ଦୀର୍ଘ ବର୍ଷ ପରେ ସେ ଏକ ଫିଲ୍ମ ସୁଟିଂ କରୁଥିଲେ। ଯେଉଁଥିରେ ସହ କଳାକାର ଥିଲେ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ […]

ରାସନ କାର୍ଡର E-KYC ପାଇଁ ଫେବୃୟାରୀ ୧୫ରେ ସରିବା ସମୟ ସୀମା ।

ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । E-KYC ନ କରିଥିବା […]