ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣା । ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।

ବରଗଡ଼ ଜିଲ୍ଲା ବରପାଲିରେ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ୧୦ ଜଣ ଛାତ୍ର, ଜଣେ କମ୍ପ୍ୟୁଟର ଦୋକାନୀ ଓ କିରାଣୀଙ୍କୁ ବାନ୍ଧିଛି ବରପାଲି ପୋଲିସ। ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଜାଣିବା […]

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ !

ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ ।ତାକୁ ଆଖିରେ ରଖି ବାରବାଟୀର ପିଚ ପ୍ରସ୍ତୁତ କରାଯାଉଛି। ଯଦିଓ ପଡିଆ ମଝିରେ ୫ ଟି ପିଚ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଫେବୃୟାରୀ ୯, ୱାନ ଣ୍ଡେ ପାଇଁ ୨ […]

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ତେବେ ସର୍ବାଧିକ ଏକ ହଜାର ଜଣ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା […]

ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ

ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍,କାନ ଫୁଲ ସହ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ | ଲୁଟର ଶିକାର ହେଲେ କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକ( ମହିଳା ଆର ଆଇ) ନିରୂପମା ନାଏକ | ଗୁରୁବାର ଦିନ ୨ଟାରେ ପାଖାପାଖି ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ଅଫିସ୍ ଆସି ଜାଗା ବିଷୟରେ ବିଭିନ୍ନ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି RIଙ୍କୁ ଡରାଇ […]

ସମ୍ବିଧାନରେ ଥିବା କର୍ତ୍ତବ୍ୟ ଓ ଅଧିକାର ବିଷୟରେ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଇନସ୍ପାୟାର ମହାବିଦ୍ୟାଳୟ, ନୟାଗଡ଼ ଠାରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ନୟାଗଡ଼ଙ୍କ ତରଫରୁ ନାଗରିକମାନଙ୍କ ପାଇଁ ସମ୍ବିଧାନରେ ଥିବା କର୍ତ୍ତବ୍ୟ ଓ ଅଧିକାର ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଇନସ୍ପାୟାର ମହାବିଦ୍ୟାଳୟରଶତାଧିକ ଛାତ୍ରଛାତ୍ରୀମାନଙ୍କୁ […]

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପ୍ରଥମ ଥର ସିମ୍ପାଞ୍ଜି ‘ଦୁର୍ଗା’ ମା’ ହୋଇଥିବା ଜଣାପଡିଛି । ଫଳରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି ।ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ । ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ […]

ନିମ୍ନ ମାନର ଖାଦ୍ୟ ପ୍ରତିବାଦରେ ପଦଯାତ୍ରା କରିଥିଲେ ପ୍ରାୟ ୩୦ ରୁ ୪୦ ଜଣ ଛାତ୍ରୀ ।

ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ସହି ପାରିଲେନି ଛାତ୍ରୀ । ପ୍ରତିଦିନ ଖାଦ୍ୟରେ ବାହାରୁଥିଲା ପୋକ । ବାରମ୍ବାର ଅଭିଯୋଗ କରିବା ପରେ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ଥାନାକୁ ବାହାରିଥିଲେ ୩୦ରୁ ୪୦ ଛାତ୍ରୀ ।ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜାରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ । ଦୀର୍ଘ ୮ ମାସ ହେଲା ଏହି ହଷ୍ଟେଲରେ ପରସା ଯାଉଥିବା ଖାଦ୍ୟ ଏତେ ନିମ୍ନମାନର ଯେ ଭାତ […]

ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା OSRTC ର ସ୍ୱତନ୍ତ୍ର ବସ୍‌ ବାତିଲ୍‌

ବୁଧବାର ପ୍ରୟାଗରାଜରେ ଦଳାଚକଟା ଘଟି ୩୦ ଜଣ ଲୋକେ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବାତିଲ ରହିବ। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍‌ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ। OSRTC ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛି ଏବଂ ଏହାର ସରକାରୀ ସୋସିଆଲ […]

ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।

ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଅଞ୍ଚଳ ନିଷିଦ୍ଧାଞ୍ଚଳଭାବେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ ଆଦି ଉଡ଼ାଇବା ସମ୍ପୂର୍ଣ୍ଣ ବେଆଇନ। ଯଦି ଏପରି ଦେଖାଯାଏ ତେବେ ଡ୍ରୋନ ଉଡ଼ାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାକୁ ନେଇ ପୁଲିସ ପକ୍ଷରୁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଚାର […]

ଫେବୃଆରୀ ୧୫ ତାରିଖ ଯାଏଁ ବଢ଼ିଲା ରାସନ E-KYC ଅପଡେଟ୍‌

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର e-KYCକୁ ନେଇ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି e-KYC ଅପ୍‌ଡେଟ୍‌ ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ଏବେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି। କିଛି ଲୋକେ ଇ-କେୱାଇସି କରି ନଥିବାରୁ ତାରିଖ ବୃଦ୍ଧି ପାଇଁ ଦାବି କରିଥିଲେ।ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ କରିଥିଲେ। ଯଦି ଏହିମାନେ କାର୍ଡ […]

ଭାଲୁ ପଞ୍ଝାରୁ ବାପାଙ୍କ ଜୀବନ ବଞ୍ଚାଇଲା ୧୦ ବର୍ଷର ପୁଅ ।

ଭାଲୁ ପଞ୍ଝାରୁ ବାପାଙ୍କ ଜୀବନ ବଞ୍ଚାଇଲା ୧୦ ବର୍ଷର ପୁଅ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ । ପୁଅର ସାହସକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା ନ କରି ରହିପାରି ନାହାଁନ୍ତି । ତେବେ ଆହତ ହୋଇ ଉଭୟ ବାପା-ପୁଅ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଆବୁଝମାଡର ହାନ୍ଦାୱାଡା ଜଙ୍ଗଲକୁ ବାଞ୍ଜାରାମ ନେତାମ ଏବଂ ତାଙ୍କର ୫ମ ଶ୍ରେଣୀରେ […]

ଛତିଶଗଡ଼ ଏନ୍‌କାଉଣ୍ଟର ପରେ ଓଡ଼ିଶାମୁହାଁ ନକ୍ସଲ

ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି କରାଯାଇଛି ଜୋର୍‌ଦାର୍। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି।ଫଳରେ ଲାଲ୍‌ବାହିନୀ ଶିବିର‌ ଛିନ୍‌ଛତ୍ର ହୋଇଯାଇଛି। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍‌ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଛନ୍ତି। ଅନ୍ୟପଟେ ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ […]