ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ

ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।କାଲି ରାତିରୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅଭିଯାନ । ନୂଆପଡ଼ା ଓ ଗାରିୟାବନ୍ଧ ଜିଲ୍ଲା ସୀମା ଅତଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ସ୍ପେଶାଲ ଫୋର୍ସ ଓ ସିଆରପିଏଫ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ ।ଯବାନଙ୍କ ଗୁଳିମାଡ଼ରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଯବାନମାନେ ଘଟଣାସ୍ଥଳରୁ ଗୋଟିଏ […]

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ […]

ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ ।

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ୍‌ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି ।’ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି […]

ଆପରାଧିକ ମାମଲା ପାଇଁ ବାଜ୍ୟାପ୍ତି ହେବ ନାହିଁ ପାସପୋର୍ଟ: ହାଇକୋର୍ଟ

ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନ‌ରେ କୌଣସି କଟକଣା ନାହିଁ । ପାସ୍‌ପୋର୍ଟ ଆଇନର ଧାରା ୧୦(୩)ରେ ଥିବା […]

ଘରେ ପଶି ଭଉଣୀ-ଭାଇଙ୍କୁ ଗୁଳିମାଡ଼ .

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ପୁଅ ଓ ୧୩ ବର୍ଷ ଝିଅର ପେଟରେ ଗୁଳି ବାଜିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କୁନି […]

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ […]

ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ।

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଲେ ଡ. ହରିବାବୁ କମ୍ଭମପତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଓଡ଼ିଶାର ୨୭ ତମ ରାଜ୍ୟପାଳ ହୋଇଛନ୍ତି ହରିବାବୁ । ଉତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅଛନ୍ତି ଉପସ୍ଥିତ । ସୂଚନା ଥାଉକି, ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. […]

ଆଜିଠାରୁ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ।

ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିବେଷଣ ହେବ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା । ଆଜି ଉଦଘାଟନୀ ଉତ୍ସବ । ଆଜିଠାରୁ ବରଗଡ଼ ସହର ପାଲଟିବ ଦ୍ବାପର ଯୁଗର ମଥୁରା ନଗରୀ । ବରଗଡ଼ରେ ଚାଲିବ କଂସ ରାଜୁତି। ପରମ୍ପରା ଅନୁସାରେ ମହାରାଜ କଂସଙ୍କ ନିର୍ଦ୍ଦେଶ ପାଳିବ ପୋଲିସ ପ୍ରଶାସନ। ସେହିପରି ଅମ୍ବାପାଲି ପାଲଟିବ ଗୋପପୁର ଓ ଜୀରା […]

ବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ୱକୁ ନେଇ ଅଞ୍ଚଳବାସୀ ଙ୍କ ଗଣ ଧାରଣା

ନୂଆଗାଁ 🙁 ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଜାତୀୟ ରାଜପଥ ନଂ ୫୭ ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହୋଇଥିବା ରାସ୍ତାର ବେଲେପା ନଦୀ ଉପରେ ନିର୍ମାଣାଧୀନ ସେତୁ କାମ ଅର୍ଦ୍ଧନିର୍ମିତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ରହିଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନ ଏହି କାର୍ଯ୍ୟ କଛପ ଗତିରେ ଚାଲିଛି। କେବେ ଶେଷ ହେବ ତାର କୌଣସି ନିର୍ଦ୍ଧିଷ୍ଟ […]

ଜାନୁଆରୀ ୫ରୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମ କରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ […]

ଶୁକ୍ରବାର ଠାରୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ

ଶୁକ୍ରବାର ଠାରୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ କରାଯିବ। ଏକ୍ସମାସ ଛୁଟି ଏବଂ ନବବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା।ରତ୍ନଭଣ୍ଡାର ଭିତର କବାଟ କୁ ସୁନା ଛାଉଣୀ କରିବା ପାଇଁ ଦାବି ଉଠିଥିବା ବେଳେ ଏସମ୍ପର୍କରେ ଏଏସଆଇ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ […]

ଚିନ୍ମୟ ମିଶନ ପକ୍ଷରୁ ୧୧ ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି […]