ବାବା କେଟିଏମ୍‌ ବାଇକ୍‌ରେ ଝିଅ ଧରି ବୁଲନ୍ତି ଆଉ

ରାଜଧାନୀର ବୈକୁଣ୍ଠଧାମ ବାବା ‘କଳକୀ ମାଧବ’ଙ୍କ ପିଛା ଛାଡ଼ୁନି ବିବାଦ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍‌ ବାଇକ୍‌ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି। କାଫେ ଓ କ୍ଲବ୍‌ ଯାଆନ୍ତା। ଏପରି ଅଭିଯୋଗ ଆଣିଛନ୍ତି ବୈକୁଣ୍ଠଧାମ ଆଶ୍ରମ ଆସିଥିବା ଜଣେ ଭକ୍ତ କହିଛନ୍ତି। ସେ କୁଆଡେ ନିଜ ଆଖିରେ ଏ ସବୁ ଦେଖିଛନ୍ତି।ଏକାଧିକ ଯୁବତୀଙ୍କ ସହ ଥିଲେ। ଏପରିକି ଆଶ୍ରମ ଭିତରେ ପଶିବା ପରେ ବାବାଙ୍କ ଦେହରେ ତୁଳସୀ ଲାଗିଥିବା ଦେଖିବାକୁ […]

ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୨୫ ପର୍ଯ୍ୟନ୍ତ ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ିଲା । ବାର୍ଷିକ ଏଚଏସସି ସହ ଏସଓଏସସି ଫର୍ମ ପୂରଣ ଅବଧି ବଢ଼ିଲା । ତେବେ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ପୂରଣ। ନଭେମ୍ବର ୧୮ […]

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବାର ଅଭିଯୋଗ

ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଦେବା ପୂର୍ବରୁ ସିଲ୍‌ କଟା ଯାଇଥିବା ହୃଷୀକେଶ ଦାସ ନାମକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ସକାଳ ୯ଟାରୁ ୯ଟା ୪୫ ରିପୋର୍ଟିଂ ସମୟ ରହିଥିବା ବେଳେ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଦିଆଯିବା ସମୟରେ ପରୀକ୍ଷାର୍ଥୀ ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ […]

ଚାଷୀ ପ୍ରଥମ ଥର ପାଇବେ କ୍ବିଣ୍ଟାଲ ପିଛା ୮ଶହ ଇନପୁଟ ସହାୟତା

ଆସନ୍ତା ୨୦ତାରିଖରୁ ବରଗଡ଼ରେ ଏବଂ ୨୨ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି। ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ । […]

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଅଡୁଆରେ ଡାକ୍ତର

ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ଲାଞ୍ଚ ନେବା । ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ଡାକ୍ତର ଅଶୋକ ଦାସଙ୍କ ପାଖକୁ ଚେକଅପ୍‌ ପାଇଁ ଆସିଥିଲେ। ଚେକଅପ୍‌ ବେଳେ ପିଲା ଜନ୍ମ ପାଇଁ […]

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ।

ଆରପାରିରେ ସମୀର ଦେ’ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । 67 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।ଗତ କିଛିଦିନ ଧରି ସେ ଅସୁସ୍ଥ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କଟକର ଘରୋଇ ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ହେଉଥିଲା । […]

ଜାନୁଆରୀ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ

ଆଇନମନ୍ତ୍ରୀ ପୃଥ୍ୱରାଜ୍‌ ହରିଚନ୍ଦନଙ୍କ ବଡ଼ ବୟାନ। ଜାନୁଆରୀ ମାସ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ ।  ଏନେଇ ASI ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯଥାଶୀଘ୍ର ଏହି କାମ ସାରିବାକୁ ଆମେ ଟାର୍ଗେଟ ରଖିଛୁ। ସେହିପରି ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗକୁ ଆଗେଇବ। ଆସନ୍ତା ବୁଧବାର ଏନେଇ ଏକ ବୈଠକ ବସିବାକୁ ଯାଉଛି।ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତ ସରିଥିଲା। […]

ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଅଭାବ ହେଲା କାଠ

ପ୍ରତିଦିନ ସ୍ୱର୍ଗଦ୍ୱାରରେ ଦାହ ପାଇଁ ଶବ ସଂଖ୍ୟା ବଢି ଚାଲିଛି । ଏଥିପାଇଁ ଆବଶ୍ୟକ ପଡୁଥିବା କାଠ ନିଅଣ୍ଟ ହେବାରେ ଲାଗିଛି । ଏମିତିକି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ମଧ୍ୟ କାଠ ଯୋଗାଇବାକୁ ଅସହାୟ ପ୍ରକାଶ କଲାଣି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ପାଇଁ ଦୁଇ-ତିନି ଦିନରେ ୧୦ ଟନ୍‌ ଝାଉଁ କାଠ ଆବଶ୍ୟକ ପଡ଼ୁଛି। ଅର୍ଥାତ ମାସକୁ ୧୦୦ ଟନ୍‌ କାଠ ଆବଶ୍ୟକ ପଡ଼ୁଛି। ତେବେ ସ୍ବର୍ଗଦ୍ବାରରେ ଏଇ ଦୁଇ-ତିନି ବର୍ଷ ମଧ୍ୟରେ ଶବ […]

କ୍ଷମା ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର ।

ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି । ସୂଚନାମୁତାବକ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ […]

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍ ।

କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛିl କାମାକ୍ଷାନଗରରେ ଉପଜିଲ୍ଲାପାଳଙ୍କ ଅଫିସ୍ ସମେତ ସରକାରୀ ବାସଭବନ ସହ ଏକକାଳୀନ ମୋଟ୍ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଭଦ୍ରକ ବାସୁଦେବପୁର ପୈତୃକ ଘରେ ମଧ୍ୟ ଭିଜିଲାସ୍ ରେଡ୍ ଆରମ୍ଭ କରିଛି । ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି । କାମାକ୍ଷାନଗରଠାରେ ଜଣେ ଡିଏସପିଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ନାଆଁରେ ଏନେଇ ଦୀର୍ଘଦିନ […]

କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ିଲା ।

ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ଯାଏଁ କାର୍ଯ୍ୟକ୍ରମ ଚାଲି ପାରିବ। ସୂଚନାମୁତାବକ ଗତ ଶନିବାର (ନଭେମ୍ବର ୧୬) ଦିନ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ । ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ […]

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ

ରାୟଗଡ଼ା: ତା : ୧୭/୧୧/୨୪ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସଭାପତି ମହୋନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନସ କ୍ଳବ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ […]