ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର

ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି।ରେଡ଼ିଓ କଲର୍ ମାଧ୍ୟମରେ ତାର ଗତିବିଧି ଉପରେ ନଜର ରଖାଯିବ । ଶିମିଳିପାଳ ବାଘମାନଙ୍କ ସହ ଯମୁନା କିପରି ମିଳାମିଶା କରିବ ତା ଉପରେ ମଧ୍ୟ ନଜର ରଖିଛି ଶିମିଳିପାଳ […]

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ।

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନଜାତି ଗୌରବ ଦିବସକୁ କରିବେ ଉଦଘାଟନ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମତିଥି ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ୧୫ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ […]

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୦୯.୧୧.୨୦୨୪ ରିଖ ଶନିବାର ଦିନ “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ଉପଲକ୍ଷେ ସ୍ଥାନୀୟ ଜିଲ୍ଳା ଅଦାଲତ ପରିସରଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏଥିରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଭାତ ଫେରୀ କାର୍ଯ୍ୟକ୍ରମ କୁ ଜିଲ୍ଲା […]

ଗାଁରେ ହାଡ଼ଫୁଟି ଭୟ, ୩୦ରୁ ଅଧିକ ଆକ୍ରାନ୍ତ

ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପୁଛି ହାଡ଼ଫୁଟି। ପ୍ରାୟ ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ତରୀୟ ୯ ଜଣିଆ ଡାକ୍ତରୀ ଟିମ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ କାହିଁକି ହାଡଫୁଟି ବ୍ୟାପିଛି ଏଯାବତ କାରଣ ଜଣାପଡିନାହିଁ […]

ଆସନ୍ତାକାଲି ଶ୍ରୀରାଧାଙ୍କ ପାଦ ଦର୍ଶନ

ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ ରାଧାରାଣୀ । ଏଥିପାଇଁ ପୁରୀ ସାକ୍ଷୀଗୋପାଳରେ ପ୍ରସ୍ତୁତି ଶେଷ ହୋଇଛି। କାଲି ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ପାହାନ୍ତିରୁ ସମସ୍ତ ନୀତିକାନ୍ତି ଓ ପାଳିଆ ସେବକଙ୍କ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ ।ଏଥିପାଇଁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ କରାଯିବ । […]

୨୪ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା

ଲଣ୍ଡନ ଗସ୍ତ ଶେଷ କରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। କିିଛି ହିତାଧିକାରୀଙ୍କ ଡକ୍ୟୁମେଣ୍ଟରେ ସମସ୍ୟା ଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବିଳମ୍ବ ହୋଇଥିଲା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ […]

ମନ୍ତ୍ରୀଙ୍କ ଘରକୁ ଆସିଲେ ୨ ନୂଆ ଅତିଥି

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ଆନ୍ଧ୍ର ପ୍ରଦେଶର ଚିତୁରରୁପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ […]

ଅବସର ପରେ ଚନ୍ଦ୍ରଚୂଡଙ୍କୁ କ’ଣ ମିଳିବ ସୁବିଧା

ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍‌ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ ନୁହେଁ, ବରଂ ଏହା ସହିତ ବିଶେଷ ଅଧିକାର ମଧ୍ୟ ବହନ କରେ,ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ଜାରି ରହେ।ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେବେ । ୧୦ ତାରିଖ ରବିବାର ଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଶେଷ କାର୍ଯ୍ୟଦିବସ ଥିଲା । ସିଜେଆଇଙ୍କୁ […]

ଶୀତକୁ ଉଡାଇ ନେଲା ବାତ୍ୟା ଦାନା ।

ଓଡ଼ିଶାରେ ଏଯାଏଁ ଶୀତ ଅନୁଭୂତ ହେଉନାହିଁ । ଦିନ କେଇଟା ପରେ କାର୍ତ୍ତିକ ମାସ ସରିଯିବ । ହେଲେ ଶୀତର ଦେଖା ମିଳିନାହିଁ । ଦୁଇ ଦିନ ହେଲା ସକାଳୁ ସକାଳୁ ହାଲକା ଶୀତ ଅନୁଭବ ହେଉଛି । ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ […]

ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ।

ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତ ବର୍ଷ ୫ ଦିନ ନୁହେଁ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ […]

୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଏହି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟରେ […]

ପଞ୍ଚକ, ବଡଓଷା ସମୟରେ ଟ୍ରାଫିକ କଟକଣା

ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଞ୍ଚକ ଓ ବଡଓଷା ପାଳନ କରାଯିବ। ଏହି ସମୟରେ ବିିଭିନ୍ନ ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବେ।ଏଥି ପାଇଁ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଞ୍ଚକ ଓ ବଡଓଷାରେ ଅସମ୍ଭାଳ ଭିଡକୁ […]