ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି।ରାବିଡ଼ି ବିକ୍ରିକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବକ୍ସିଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସେଠାରେ ତାଙ୍କର ଚିକିତ୍ସା କରୁଛନ୍ତି।ସୂଚନା ଅନୁସାରେ ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିସରରେ ଥିବା ପଶ୍ଚିମ ଦ୍ବାର ଦେଇ ଯାଉଥିବା ବେଳେ ତାଙ୍କୁ ପୂର୍ବରୁ […]
ଭୁବନେଶ୍ୱର(ରାଜ୍ୟକାହାଣୀ) ଗଞ୍ଜାମ ଜିଲ୍ଲା ପୋଲସରା ସହର ଦାଶରଥି ନଗରରେ । ବାପା ସୁନିଲ କୁମାର ବେହେରା ଓ ମାଆ ସମର୍ପିତାଙ୍କ ଏକ ମାତ୍ର ସନ୍ତାନ ସଞ୍ଚିତ । ବୟସ ଦଶବର୍ଷ । କହିବାକୁ ସଙ୍କୋଚ ଲାଗୁଥିଲେ ବି କହିବାକୁ ବାଧ୍ୟ ହେଉଛନ୍ତି ବାପା ମାଆ । ଦୁଇଟି ଗୁପ୍ତାଙ୍ଗ ନେଇ ଜନ୍ମ ହୋଇଥିବା ଏହି ବାଳକର ଶାରୀରିକ ଅସମାନତା ଯେମିତି ଚିକିତ୍ସା ବିଜ୍ଞାନକୁ ଚ୍ୟାଲେଞ୍ଜ କରିଛି ତାଠାରୁ ଅଧିକ ବଡ଼ ସମସ୍ୟା ହୋଇ ଦେଖା ଦେଇଛି ବାପା […]
ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାକେର ଗାଁର ଏକ ପାହାଡ଼ ଉପରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଳି ପାଇଁ ନାବାଳକଙ୍କୁ ହତ୍ୟା କରାଯାଇଥିବା ମୃତ ନାବାଳକଙ୍କ ବାପା ଓ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି ସନ୍ଧ୍ୟା ଠାରୁ ନାବାଳକ ଜଣଙ୍କ ନିଖୋଜ ଥିବାବେଳେ ସନ୍ଧାନ ପାଇନଥିଲେ ଘରଲୋକ । ବହୁ ଖୋଜାଖୋଜି ପରେ ଆଜି ସକାଳେ ନାବାଳକର ମୃତଦେହ ଝାଲିଆଲିଟି ଡଙ୍ଗରରୁ ମିଳିଛି । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ […]
ଖୋଲିବ ଭରତପୁର ରାତିର ସତ! । ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ ଶର୍ମା, ADG କ୍ରାଇମ୍ ବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ହେଲେ ।ଏଡିଜି ବିନୟତୋଷ ମିଶ୍ର କହିଛନ୍ତି, ସମସ୍ତ ଅଫିସରଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍ ମ୍ୟାପିଂ, ଲାଏ […]
ଅଙ୍ଗ ଚୋରି ଅଭିଯୋଗରେ ମଶାଣୀରୁ କବର ଖୋଳିଲା ପୁଲିସ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଦେଖିବାକୁ ମିଳିଛି।କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଗାଁର ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ଗ୍ରାମବାସୀ ଶବକୁ ଆଣି ଗାଁ ମଶାଣିରେ କବର ଦେଇଥିଲେ l ଅଭିଯୋଗ ଅନୁଯାୟୀ, ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ […]
ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ତେବେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍ରେ ଅଟଳ ରହିଲେ ଅଣପଞ୍ଜିକୃତ ହବିଷ୍ୟାଳି । ଶେଷରେ ହାର ମାନିଲା ପ୍ରଶାସନ । ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରୟାସ ଆରମ୍ଭ ହେଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ […]
ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ । ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଥିଲେ । ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ପରେ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ନେଇ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହା ସହ ଆଗାମୀ ଦିନରେ ଜିଲ୍ଲାରୁ […]
କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍ ଭୁଶୁଡି ପଡିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ […]
‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁଯାୟୀ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସୁବିଧା ପାଇବେ। ରାଶନ କାର୍ଡ ପାଇଁ E-KYC ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡିବ। […]
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ।ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ […]
ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ । ଟ୍ରେନ୍ରୁ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି।ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଦୁର୍ଘଟଣାରେ ମା […]
ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି(ଏନଟିଏ) ପକ୍ଷରୁ ଗୁରୁବାର ୟୁଜିସି ନେଟ୍ ୨୦୨୪ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜେଏଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରେଫସର ଏବଂ ପିଏଚଡି ପାଇଁ ମୋଟ୍ ୧୧ଲକ୍ଷ ୨୧ହଜାର ୨୨୫ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ପରୀକ୍ଷାଫଳ ସହିତ ବିଷୟ ଭିତ୍ତିକ କଟଅଫ ମାର୍କ ମଧ୍ୟ ପ୍ରକାଶ କରାଯାଇଛି। ୟୁଜିସି ନେଟ-୨୦୨୪ ପରୀଫାଳ ଅଫିସିଆଲ ୱେବସାଇଟ ugcnet.nta.ac.inରେ ଦେଖିପାରିବେ ଏବଂ ସ୍କୋରକାର୍ଡ ଡାଉନଲୋଡ କରିପାରିବେ। ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟମ୍ବର […]
