୨୪ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’ ।

ଓଡ଼ିଶା ପୁଣି ଅକ୍ଟୋବରରେ ଆଉ ଏକ ସାମୁଦ୍ରିକ ଝଡ଼କୁ ସାମ୍ନା କରିବାକୁ ଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାରେ ଯୁଝି ହୋଇ ପଡୁଥିବା ଓଡ଼ିଶା ପାଇଁ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଗୁରୁବାର ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗରେ ପ୍ରବେଶ କରିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ ସେ ନେଇ ବିଭିନ୍ନ ପାଣିପାଗ […]

ସାହିତ୍ୟ ଉତ୍ସବ ସମ୍ଭାର କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ:ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ ଶାରଦୀୟ ସାହିତ୍ୟ ଆସର ସମ୍ଭାର,କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଲେଖକ ପରିଷଦ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା ,ମୁଖ୍ୟ ବକ୍ତା ନାଟ୍ୟ ଭୂଷଣ ଡ଼ ବିଜୟ କୁମାର ଚୌଧୁରୀ,ସମ୍ମାନୀତ ଅତିଥି ମାଣିକ ସାହିତ୍ୟ ସଂସଦ ର […]

ପୂର୍ବତନ ଜିଲ୍ଲା ସୂଚନା ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ):ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କର ଗତକାଲି କଳିଙ୍ଗ ବିହାରସ୍ଥିତ ବାସଭବନରେ ହଦଘାତରେ ପରଲୋକ ଘଟିଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି ୧୯୫୭ ମସିହାରେ କଟକ ଜିଲ୍ଲାର ସୁନ୍ଦରଗାଁଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ବୌଦ୍ଧ ଜିଲ୍ଲାରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟଆରମ୍ଭ କରିଥିଲେ। ପରେ ସେ ଆଠଗଡ଼, ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଖୋର୍ଦ୍ଧା ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ […]

ନୟାଗଡ଼ରୁ ୨ଜଣ ପାଇଲେ ଓଏଏସ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ […]

୩୧ ଅକ୍ଟୋବର ନା ୧ନଭେମ୍ବର ରାତିରେ ଦୀପାବଳି ପାଳନ ହେବ?

ଚଳିତବର୍ଷ ଦୀପାବଳି କେବେ ସେ ନେଇ ଲୋକେ ଭ୍ରମରେ ଅଛନ୍ତି। କିଛି ଲୋକେ ୩୧ ଅକ୍ଟୋବରକୁ ଦୀପାବଳି ଦାବି କରୁଥିବା ବେଳେ କିଛି ଲୋକେ ୧ ନଭେମ୍ବରକୁ ପାଳନ କରିବେ ବୋଲି ଭାବୁଛନ୍ତି। ହିନ୍ଦୁ ପରମ୍ପରାରେ ଦୀପାବଳି କାର୍ତ୍ତିକମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଚଳିତବର୍ଷ କାର୍ତ୍ତିକ ଅମାବାସ୍ୟା ତିଥି ୩୧ ଅକ୍ଟୋବର ଅପରାହ୍ନ ୩ଟା ବାଜି ୫୨ ମିନିଟରେ ଆରମ୍ଭ ହେବଓ ୧ ନଭେମ୍ବର ସନ୍ଧ୍ୟା ୬ଟା ୧୬ ମିନିଟ୍‌ରେ ସମାପ୍ତ ହେବ। […]

ଶ୍ରୀକ୍ଷେତ୍ରରେ ୪ଟି ଶିବିରରେ ରହି ବ୍ରତ ପାଳନ କରୁଛନ୍ତି ହବିଷିଆଳୀ

ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ମହାକାର୍ତ୍ତିକ ବ୍ରତ । ପଞ୍ଚ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ୍ୟ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷିଆଳୀ । ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯାଇଥାଏ । ହବିଷ୍ୟାଳୀ ମା ମାନଙ୍କ ମହାପ୍ରଭୁଙ୍କୁ ଦର୍ଶନ, ପୂଜନ, ଭଜନ, କୀର୍ତନ ଆଦି ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ […]

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ

ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଲମ୍‌‌ ବିର୍ଲା ଓ ପାର୍ଲେ ଆଗ୍ରୋ ସିଇଓ ଏବଂ ଆଭାଡା ଗ୍ରୁପ୍‌‌ ସହ ବୈଠକ କରି ସାମ୍ନାସାମ୍ନି ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଓଡ଼ିଶାରେ ୩୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ହିଣ୍ଡାଲ୍‌କୋ ପକ୍ଷରୁ ନିଷ୍ପତ୍ତି […]

ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି। ତେବେ ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, […]

ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ, ଦୁଇ ଜବାନ ଗୁରୁତର

ଛତିଶଗଡ଼ର ନାରାୟଣପୁର ଜିଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଆଇଟିବିପିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ କରିଥିଲେ ଲ୍ୟାଣ୍ଡମାଇଁନ ବିସ୍ପୋରଣ । ଗୁରୁତର ଜବାନ ଆଣିବା ପାଇଁ ଘଟଣାସ୍ଥଳକୁ ଯାଇଛି ହେଲିକ୍ୟାପ୍ଟର । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।ଏହି ଅଭିଯାନରେ ଯାଇଥିବା ଯବାନମାନେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ସେମାନେ […]

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର

ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ରେଳ ବୋର୍ଡ ବିଭିନ୍ନ କ୍ଷେତ୍ରରେ ୨୫୦୦୦ ପଦବୀ ପୂରଣ ପାଇଁ ନିଯୁକ୍ତି ଆରମ୍ଭ କରିଛି। ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁନଃ-ନିଯୁକ୍ତ କରି ଖାଲିଥିବା ସ୍ଥାନଗୁଡିକ ସାମୟିକ ଭାବରେ ପୂରଣ କରିବା ପାଇଁ ଏଥିରେ ଏକ ନୂତନ ସୂତ୍ର ଅନ୍ତର୍ଭୁକ୍ତ। ଏହା ଅଧୀନରେ ୬୫ ବର୍ଷରୁ କମ୍‌ ଅବସରପ୍ରାପ୍ତ କର୍ମଚାରୀ ସୁପରଭାଇଜରଠାରୁ ଆରମ୍ଭ କରି ଟ୍ରାକ୍‌ମ୍ୟାନ୍‌ ପର୍ଯ୍ୟନ୍ତ ଆବେଦନ କରିପାରିବେ।ରେଳବାଇ ଦ୍ୱାରା କରାଯାଇଥିବା ନିଯୁକ୍ତି […]

ବାଣ ଭିଡୁଥିଲେ ଦଶମ ଶ୍ରେଣୀ ଛାତ୍ର; ହେଲା ବଡ ବିସ୍ଫୋରଣ

ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ଖଲିକୋଟ ମାଣିକପୁର ଗାଁରେ ବିସ୍ଫୋରଣ । ଆହତଙ୍କ ମଧ୍ୟରେ ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ ।ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ ଘର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର ଭିତରେ ବାଣ ଭିଡୁଥିଲେ। ଅସାବଧାନତା ଯୋଗୁ ବାଣ ଗୁଡିକ ବିସ୍ଫୋରଣ ଘଟିଥିଲା। […]

ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ କରିଛନ୍ତି। ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ଅଛି । ତେବେ ଆସନ୍ତା ୨୧ ତାରିଖ ଦିନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହା ଅବପାତ ରୂପ […]