ଅନଲାଇନ୍ ଗେମ୍‌ରୁ ଠକେଇ କରି ଜଣେ ଗିରଫ

ଅନଲାଇନ୍ ଗେମ୍‌ରେ ବେଟିଂକୁ ନେଇ ଠକେଇ । ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଇଁନ୍ତଳା ଅଞ୍ଚଳର ଲକେଶ୍ୱର ମଲ୍ଲିକ । ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଖେଳାଇ ଅଭିଯୁକ୍ତ ଯୁବକ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିଲା। ତାଙ୍କଠାରୁ ୭ଲକ୍ଷ ଜବତ ସହ ତାଙ୍କର୨୫ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି ସାଇବର ସେଲ୍‌‌ ପକ୍ଷରୁ ସୂଚନା ଦିଆଯାଇଛି।ପାସବୁକ୍, ଲାପଟପ୍, ଥାର୍ କାର୍, କେଟିଏମ୍ ବାଇକ୍ ଭଳି ଦାମୀ ଗାଡି ଜବତ ।

ଅଧିକ ପଢନ୍ତୁ

Odisha Darpan Digital