ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି । ୧୦ ହଜାର ଟଙ୍କାରୁ କମାଇ ଏବେ ୬ ହଜାର କରାଯାଇଛି। ପ୍ରଥମ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ହଜାରେ ଏବଂ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ୨ ହଜାର ଟଙ୍କା ଫାଇନ୍ ପଡ଼ିବ। ସେହିପରି ତିନି ଚକିଆ ଗାଡି ନିୟମ ଭାଙ୍ଗିଲେ ହଜାରେ, ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୨ ହଜାର ତଣ୍ଡ ଗଣିବେ। ମୋଟର କ୍ୟାବ୍ ଓ ଜିପ୍ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍ ଦେବେ। ଏହା ସହିତ ଟ୍ରାକ୍ଟର , ଟ୍ରେଲର ପ୍ରଥମ ଥର ନିୟମ ଭାଙ୍ଗିଲେ ୨ ହଜାର ଫାଇନ୍ ପଡିବ।
