ହିଣ୍ଡନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦିଆଯିବା ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ସେବି ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଥିଲେ । ୩ ଜଜଙ୍କ ଖଣ୍ଡପୀଠ କହିଥିଲେ ଯେ ସେବି ତଦନ୍ତ ଠିକ୍ ଅଛି ଏବଂ ସେ ଏହି ମାମଲାର ତଦନ୍ତ ପାଇଁ ସକ୍ଷମ ଏଜେନ୍ସି ଅଟେ । ମାର୍କେଟ୍ ନିୟାମକ ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ମଧ୍ୟରୁ ୨୨ ମାମଲାର ତଦନ୍ତ ଶେଷ କରିସାରିଛି । ଏବେ ଆଉ ଦୁଇଟି ମାମଲାର ତଦନ୍ତ ବାକି ରହିଛି । ଏବେ ବି ଦୁଇଟି ମାମଲାର ତଦନ୍ତ ବାକି ରହିଛି ।
ଏହି ଦୁଇ ମାମଲାକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ତିନି ମାସ ସମୟ ଦେଇଛନ୍ତି ।ନଭେମ୍ବର ୨୪ ରେ ଏହି ମାମଲାର ଶୁଣାଣି ବେଳେ ମାର୍କେଟ ରେଗୁଲେଟର ସେବି ଏବଂ ବିଶେଷଜ୍ଞ କମିଟିର ତଦନ୍ତ ଉପରେ ଉଠାଯାଇଥିବା ପ୍ରଶ୍ନକୁ ଖାରଜ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଆମେରିକାର ସର୍ଟ ସେଲ୍ର ସଂସ୍ଥା ୨୦୨୩ ରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଆଦାନୀ କମ୍ପାନୀର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା।