କାର୍ଡଲେସ୍ କ୍ୟାସ୍ ଡିପୋଜିଟ୍ ର ସଫଳତାକୁ ଦେଖି ଆରବିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆପଣଙ୍କୁ ଡେବିଟ୍ କାର୍ଡର ଆବଶ୍ୟକତା ପଡିବ ନାହିଁ । ବର୍ତ୍ତମାନ ସୁଦ୍ଧା କାର୍ଡଲେସ୍ ଡିପୋଜିଟ୍ ର ସୁବିଧା ଅନେକ ବ୍ୟାଙ୍କ ପ୍ରଦାନ କରୁଥିବା ବେଳେ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ୟୁପିଆଇରୁ ଟଙ୍କା ଜମା କରିବାର ସୁବିଧା ଯୋଡ଼ିଛି। ଶକ୍ତିକାନ୍ତ ଦାସ କହିଛନ୍ତି, ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ମିଳିବ । ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି । ବ୍ୟାଙ୍କ ଠାରୁ ଦୂରରେ ରହିଥିଲେ ମଧ୍ୟ ଟଙ୍କା ଡିପୋଜିଟ୍ କରିପାରିବେ । ବିନା ଏଟିଏମ କାର୍ଡରେ ଟଙ୍କା ଜମା କରିପାରିବେ ।ସେ ଏହା ମଧ୍ୟ କହିଛନ୍ତି ଯେ ଅଣ ବ୍ୟାଙ୍କ ପେମେଣ୍ଟ ଅପରେଟରମାନେ ମଧ୍ୟ ଇ-ରୁପିରେ ବ୍ୟବସାୟ କରିପାରିବେ। ଦାଶ ଆହୁରି ମଧ୍ୟ କହିଛନ୍ତି ଯେ ଆପେକ୍ସ ବ୍ୟାଙ୍କ ଶୀଘ୍ର ବ୍ୟାଙ୍କର ଲିକ୍ୟୁଇଟି କଭରେଜ୍ ଅନୁପାତ (LCR) ର ସଂଶୋଧନ ଉପରେ ଏକ ଡ୍ରାଫ୍ଟ ସର୍କୁଲାର ଜାରି କରିବ।
ଶୁକ୍ରବାର ମାନିଟାରି ପଲିସୀ ବୈଠକ ପରେ ଆରବିଆଇର ନୀତି ସମ୍ବନ୍ଧରେ, ଏମପିସି କ୍ରମାଗତ ସପ୍ତମ ଥର ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।