ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ : ଗଣଶିକ୍ଷା ମନ୍ତ୍ରୀ

ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ସ୍ୱାଭାବିକ ଢଙ୍ଗରେ ଗୃହ ଚାଲି ପାରୁନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ଦୁଇଥର ବିଧାନସଭା ମୁଲତବି ହୋଇଥିଲା । ଏହାରି ମଧ୍ୟରେ ଗୃହର ସଦସ୍ୟ ବିଧାୟକ ଚକ୍ରମଣି କହଁର ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ରୋକିବା ନେଇ ପ୍ରଶ୍ନ କରିଥିଲେ । ତେବେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେ କହିଛନ୍ତି ଯେ ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି ।

ତେବେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୦୧୪ରେ ୬୩.୪% ଥିବା ବେଳେ ୨୦୨୪ରେ ୬୯.୫% ଛାତ୍ରଛାତ୍ରୀ ଫେଡାଣ ଜାଣି ନ ଥିଲେ । ସେହିପରି ୨୦୧୪ରେ ୩୭.୯% ଜାଣି ନଥିବା ବେଳେ ୨୦୨୪ରେ ୪୫.୮% ହରଣ ଜାଣି ନ ଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍‌ ଓ ବଜେଟ୍‌ ୨୦୨୫-୨୬ ରେ ଉପସ୍ଥାପାନ କରାଯାଇଛି । ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଅଧିକ ପଢନ୍ତୁ

kc ads