ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଯୁବ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ

ପୂରା ଠାକୁରମୁଣ୍ଡା ବ୍ଲକ୍ ବାଉଁଶଡିହା ଅଞ୍ଚଳରେ ଖେଳିଯାଇଛି ଆନନ୍ଦର ଲହରୀ । ସବୁଆଡ଼ୁ ଛୁଟୁଛି ପ୍ରଶଂସାର ଲହରୀ । ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ’ ସ୍ଥାନ ପାଇଲେ ମୟୂରଭଞ୍ଜ ମାଟିର ଯୁବ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ । ସେ କିଛି ଦିନ ସୁଦର୍ଶନ ପଟ୍ଟନାୟକଙ୍କ ଠାରେ ରହି ବାଲୁକା କଳାର ଅଭ୍ୟାସ କରିଥିଲେ । ଏହାପରେ ସେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ ନିଜର ବାଲୁକା ଆର୍ଟର ପ୍ରଦର୍ଶନ କରି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଅନେକ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜର କଳାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ନୂଆ ନୂଆ ପ୍ରୟାସ ମଧ୍ୟ ଜାରି କରିଛନ୍ତି ।ଚଳିତ ବର୍ଷ ଜାନୁଆରୀ ମାସରେ ଗୁଜୁରାଟ ସ୍ଥିତ ଜୈନଧର୍ମର ପ୍ରତୀକ ଶଙ୍ଖେଶ୍ୱର ପର୍ଶ୍ୱେନାଥ ମନ୍ଦିରର କଳାକୃତିକୁ ବାଲୁକା କଳା ମାଧ୍ୟମରେ ୨୦୦ ଟନ୍ ବାଲିରେ ୫୦ ବର୍ଗଫୁଟ୍ ରେ ଏକ ବିଶାଳ ବାଲୁକା କୃତିକୁ ନିଜ ହାତରେ ନିର୍ମାଣ କରିଥିଲେ । ଏହାକୁ ମାତ୍ର ୫ ଦିନରେ ସେ ନିର୍ମାଣ କରିଥିଲେ । ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ଏବଂ ଆଜି ତାଙ୍କର ସେହି ଆକର୍ଷଣୀୟ ଓ ଚିତାକର୍ଷକ ବାଲୁକା କଳା ପାଇଁ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ’ ସ୍ଥାନ ପାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital