୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ! ‘ପୁଷ୍କରା’ ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର । ଏନେଇ ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ହରିହର ମହାପାତ୍ରଙ୍କୁ ୨୦୨୩ର ଶ୍ରେଷ୍ଠ ଅଭିନେତା ଭାବେ ଚୟନ କରାଯାଇଛି । ମୋ ବୋଉ ମୋ ଗାଁକୁ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ଆୱାର୍ଡ ଦିଆଯିବ । ଅନ୍ୟପଟେ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ । ’ପାବାର’ ଚଳଚ୍ଚିତ୍ର ପାଇଁ ବାବୁସାନ୍‌ ଶ୍ରେଷ୍ଠ ଅଭିନେତା ।

ଅଧିକ ପଢନ୍ତୁ