କାନ୍ଧ ନମିଳିବାରୁ ସାଇକେଲରେ ବୁହାହେଲା ଶବ

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଘଟିଛି ଏକ ଘଟଣା । ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଶ୍ମଶାନ ନେବାକୁ ସାହି ଭାଇଙ୍କ କାନ୍ଧ ମିଳିନଥିଲା। ଶବବାହୀ ଗାଡ଼ି ମଧ୍ୟ ନମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ। ଶେଷରେ ସେମାନେ ଜୟନ୍ତୀଙ୍କର ମୃତଦେହକୁ ସାଇକଲରେ ବୋହି ସଂସ୍କାର କରିଥିଲେ। ଗରିବ ଓ ଅସହାୟ ପରିବାରଙ୍କୁ ଶବବାହୀ ଯାନ ସେବା ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାମାନେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶବବାହୀ ଯାନ ସୁବିଧାକୁ ସୁଦୃଢ଼ କରିବାକୁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ