ଏଣିକି ବିନା ଭିସାରେ ଯାଇ ହେବ ରୁଷିଆ

ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ ମଜଭୁତ କରିବା ପାଇଁ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ ରୁଷିଆ ପୁଣି ଥରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ଉଦାହରଣ ସୃଷ୍ଟି କରୁଛି ଏବଂ ଭାରତୀୟମାନଙ୍କୁ ଏକ ବଡ଼ ଉପହାର ଦେଉଛି।ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି।

ଯାହାକି ଆବେଦନର ମାତ୍ର ୪ ଦିନ ମଧ୍ୟରେ ମିଳିପାରୁଛି। ତେବେ ଆଗକୁ ଭିସା-ଫ୍ରି ଘୋଷଣା ହେଲେ ଏହାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital