ଏସସି ଏସଟି ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ ।

ଏସସି ଏସଟି ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ । ପ୍ରମୁଖ ସଚିବ ପଦରୁ ହଟାଇ ରାଜ୍ୟ ସରକାର ତାଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି । ସେ ଏବେ ଜିଏ ବିଭାଗରେ ହେଲେ ଓଏସଡି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଅଧିକ ପଢନ୍ତୁ