ଆଜି ଓଲିଉଡ଼ର ଜଣାଶୁଣା ଯୁବ ଗାୟକ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ସୁଦର୍ଶନ ସ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍। ଏହି ସ୍ମୃତିମୟ ବାଲୁକାକଳା ନିକଟରେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ କନ୍ୟା ନ୍ୟୁ ଏଞ୍ଜେଲ ସାଗର ମଧ୍ୟ ତାଙ୍କ ପିତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୦୨୫ ନଭେମ୍ବର ୧୭ ତାରିଖ ରାତିରେ ହ୍ୟୁମାନ ସାଗରଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
