ଏହି ଦିନ ହେବ ପୋଲିସ SI ପରୀକ୍ଷା

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ। ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟ୍‌ ରେ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୋଲିସ ୱେବସାଇଟ୍‌ ରୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପୋଲିସ ରିକ୍ୟୁରମେଣ୍ଟ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବ ।

ଅଧିକ ପଢନ୍ତୁ