ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌

ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ବିନ୍‌ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ-ଡେକର୍‌ ଇଲେକ୍ଟ୍ରିକ ଏସି ବସ୍‌ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୨ଟି ବସ୍ ଆସିଛି । ପର୍ଯ୍ୟାୟ କ୍ରମେ ବାକି ୩ଟି ବସ୍ ଆସିବ ।

ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital