ଓଭରବ୍ରିଜ୍‌ରେ ଝୁଲି ରହିଛି ‘ଲକ୍ଷ୍ମୀ’ ବସ୍‌

ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ସୂଚନା ଯେ, ଲକ୍ଷ୍ମୀ ବସ ନଂ ଓଡି-୦୧ଏଡବ୍ଲୁ ୨୬୩୨ ଟି ଚାନ୍ଦିପୁରରୁ ବାଲେଶ୍ୱର ଆସିଥିଲା। ଫକୀରମୋହନ ଗୋଲାଇରୁ ବସ ଷ୍ଟାଣ୍ଡ ଯାଉଥିବା ସମୟ ରେ ଫାଣ୍ଡି ଛକ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଥିଲା । ଅଦାଲତ ପାର୍ଶ୍ଵକୁ ବସଟି ଦୀର୍ଘ ସମୟ ଧରି ଝୁଲିରହିଥିବା ଦେଖିବାକୁ ମିଳିଥିଲା। ବସ ରେ କେହି ଯାତ୍ରୀ ନଥିଲେ। ବିଳମ୍ବିତ ରାତିରେ ବସକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ