ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି


ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଦୁସ୍ଥ ଅସହାୟ, ନିରlଶ୍ରୟ, ଅବହେଳିତ, ବୃଦ୍ଧବୃଦ୍ଧାଙ୍କ  ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନେ ସଙ୍କଳ୍ପ ନେଇଛନ୍ତି। ବାଉଁଶିଆପଡା ପଞ୍ଚାୟତ
ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ନବମବାର୍ଷିକ ସାଧାରଣ ଅଧିବେଶନରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନାରେ ପରିବାରର ବରିଷ୍ଠମାନେ ଅଲୋଡ଼ା ଅଦରକାରୀ କିମ୍ବା ଅନ୍ୟ ଉପରେ ବୋଝ ନୁହନ୍ତି, ବରଂ ସେମାନଙ୍କ ଅନୁଭୁତି,ଅଭିଜ୍ଞତା ଉତ୍ତରପିଢ଼ି ପାଇଁ ପ୍ରେରଣା ଦାୟକ ବୋଲି ମତ ରଖିଥିଲେ ! ନିଃସଙ୍ଗ, ଅସହାୟଙ୍କ ସେବାଯତ୍ନ ଦେବା ସେମାନଙ୍କ ଘରକୁଯାଇ ଆଳାପ ଆଲୋଚନା କରି ସମୟ କଟାଇବା, ଡାକ୍ତରୀ ଚିକିତ୍ସା ଉପଲବ୍ଧ କରାଇବା, ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ସ୍ଥାନ, ବୁଲାଇନେବା, ଏବଂ ସର୍ବୋପରି, ଜିଲ୍ଲା ବରିଷ୍ଠ ନାଗରିକମଞ୍ଚ, ଦୁସ୍ଥ, ଅସହାୟ,ବରିଷ୍ଠ ଙ୍କର ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି, ଏକ ସମର୍ପିତ ସ୍ୱର ରେ ଉପସ୍ଥିତ ସମସ୍ତ ସଭ୍ୟ ପ୍ରକାଶ କରିଥିଲେ!ବାଉଁଶିଆପଡା ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଆଦର୍ଶ ଶିକ୍ଷକ, ରଘୁନାଥ ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ପାଦକ ବୈକୁଣ୍ଠ ନାଥ ଦାସ,, ନିତ୍ୟାନନ୍ଦ ରାଉତରାୟ ତ୍ରିନାଥ ନାୟକ, ଏବଂ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଦୁର୍ୟୋଧନ ସାହୁ,ପ୍ରମୁଖ ବରିଷ୍ଠ ନାଗରିକ ମାନେ ଦୟାର ପାତ୍ର ନୁହନ୍ତି, ବୋଲି ମତବ୍ୟକ୍ତ କରିବା ସଂଗେସଂଗେ ଜିଲ୍ଲା ମଞ୍ଚ ର ସ୍ୱତନ୍ତ୍ର ଅଧିବେଶନ, ମାର୍ଚ୍ଚ ମାସ ରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରିଶେଷରେ ଆବାହକ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital